Download
the Odia
font
 
   Ac `eÞþQ¯Æ     D`ÒdÐNÑ jËQ_Р    jÐ^ÐeþZ `õhïÐafÑ     A\ÙL hÞlР    @bÞþÒdÐN   @_ÔÐ_Ô jÕÒdÐN 
`õ\c `óº¤Ð >> @^ÞjËQ_Ð - Display
Note : To obtain an aligned printout please download the (114.00 kb ) version to your machine and then use respective software to print the story.
Date: 16/11/2016
ବିନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟଗୁଡ଼ିକର ଉପରୁ ବୈଧ ମୁଦ୍ରାର ମାନ୍ୟତା ପ୍ରତ୍ୟାହାର – ଆୟକର ନିୟମାବଳୀ, 1962 ର 114 Bସ୍ଥ ବ୍ୟବସ୍ଥାର ଅନୁପାଳନ

RBI/2016-17/135
DCM (Plg) No.1287/10.27.00/2016-17

November 16, 2016

ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ
ସରକାରୀ କ୍ଷେତ୍ର ବ୍ୟାଙ୍କ/ ବେସରକାରୀ କ୍ଷେତ୍ର ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ
ଆଂଚଲିକ ଗ୍ରାମ୍ୟ ବ୍ୟାଙ୍କ /ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ

ମହାଶୟ

ବିନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟଗୁଡ଼ିକର ଉପରୁ ବୈଧ ମୁଦ୍ରାର ମାନ୍ୟତା ପ୍ରତ୍ୟାହାର – ଆୟକର ନିୟମାବଳୀ, 1962 ର 114 Bସ୍ଥ ବ୍ୟବସ୍ଥାର ଅନୁପାଳନ

ଉପରୋକ୍ତ ବିଷୟରେ ଦୟାକରି ନଭେମ୍ବର 08, 2016 ତାରିଖର ଆମର ପରିପତ୍ର DCM (Plg) No. 1226/10.27.00/2016-17 ଦେଖନ୍ତୁ । ଆୟକର ନିୟମାବଳୀ, 1962 ର 114 B ର ବ୍ୟବସ୍ଥାଗୁଡ଼ିକର ଅନୁପାଳନ ନିମନ୍ତେ ବ୍ୟାଙ୍କମାନଙ୍କୁ ନିମ୍ନୋକ୍ତ ମତେ ସୂଚିତ କରାଯାଇଛି :

  1. ବ୍ୟାଙ୍କ ଖାତା, ପ୍ୟାନ୍ ସହିତ ସୂଚ଼ିତ ନ ଥାଇ କୌଣସି ବ୍ୟକ୍ତି ତାଙ୍କ ବ୍ୟାଙ୍କ ଖାତାରେ 50,00 ଟଙ୍କାରୁ ଅଧିକ ନଗଦ ଆକାରରେ ଜମା କରୁଥିଲେ ତାଙ୍କୁ ପ୍ୟାନ୍ କାର୍ଡ଼ର ଗୋଟିଏ କପି ଜମା କରିବାକୁ ପଡ଼ିବ ।

  2. ଆୟକର ନିୟାମାବଳୀର ଉପରୋକ୍ତ ବ୍ୟବସ୍ଥା ସହିତ, ପ୍ୟାନ୍ ରିପୋର୍ଟ କରିବାର ଆବଶ୍ୟକତା ବ୍ୟାଙ୍କମାନଙ୍କର ଚ଼ାହିଦା ଅନୁଯାୟୀ ଅନ୍ୟାନ୍ୟ ନେଣଦେଣ କ୍ଷେତ୍ରରେ ପ୍ରଯୁଯ୍ୟ ଅଟେ ।

2. ତେଣୁ ବ୍ୟାଙ୍କମାନଙ୍କୁ ଉପରୋକ୍ତ ବିଷୟ ଏବଂ ଆୟକର ନିୟମାବଳୀ, 1962 ସ୍ଥ 114 B ର ବ୍ୟବସ୍ଥାଗୁଡ଼ିକ ସହ ନିଶ୍ଚିତ ଅନୁପାଳନ ସମ୍ବନ୍ଧରେ ସୂଚିତ କରି ଦିଆଯାଉଛି । ଆୟକର ନିୟମାବଳୀ, 1962 ସ୍ଥ 114 B ର ଆବଶ୍ୟକୀୟ ପ୍ରାସଙ୍ଗିକ ବ୍ୟବସ୍ଥା ସଂଲଗ୍ନ କରାଯାଇଛି ।

ଆପଣଙ୍କର ବିଶ୍ୱସ୍ତ

( ପି ବିଜୟକୁମାର)
ମୁଖ୍ୟ ମହା ପ୍ରବନ୍ଧକ

 
  © bþÐeþ[Ñ¯Æ eÞþSbàþ aÔÐ*¼ - jcªÆ @^ÞLÐeþ jÕeþlÞ[

1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH