Download
the Odia
font
 
   Ac `eÞþQ¯Æ     D`ÒdÐNÑ jËQ_Р    jÐ^ÐeþZ `õhïÐafÑ     A\ÙL hÞlР    @bÞþÒdÐN   @_ÔÐ_Ô jÕÒdÐN 
`õ\c `óº¤Ð >> @^ÞjËQ_Ð - Display
Note : To obtain an aligned printout please download the (89.00 kb ) version to your machine and then use respective software to print the story.
Date: 09/11/2016
ବର୍ତ୍ତମାନ ପ୍ରଚଳିତ ତଥା ପୂର୍ବ ଶ୍ରୁଙ୍ଖଳା ର ପ୍ରଚଳିତ ଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ବ୍ୟାଙ୍କ ନୋଟ ର ବୈଧ ମୁଦ୍ରା ମାନ୍ୟତା ପ୍ରତ୍ୟାହୃତ

ଆରବିଆଇ / ୨୦୧୬-୧୭ / ୧୧୩
ଏ ପି (ଡି ଆଇ ଆର ଶ୍ରୁଙ୍ଖଳା) ପରିପତ୍ର ସଂଖ୍ୟା ୧୬

ନଭେମ୍ବର ୦୯, ୨୦୧୬

ସମସ୍ତ ପ୍ରାଧିକୃତ ବ୍ୟକ୍ତି

ମହାଶଯ/ ମହାଶୟା

ବର୍ତ୍ତମାନ ପ୍ରଚଳିତ ତଥା ପୂର୍ବ ଶ୍ରୁଙ୍ଖଳା ର ପ୍ରଚଳିତ ଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ବ୍ୟାଙ୍କ ନୋଟ ର ବୈଧ ମୁଦ୍ରା ମାନ୍ୟତା ପ୍ରତ୍ୟାହୃତ

୧. ସମସ୍ତ ପ୍ରାଧିକୃତ ବ୍ୟକ୍ତିଙ୍କର ଧ୍ୟାନ ନଭେମ୍ବର ୦୮, ୨୦୧୬ ରେ ଭାରତ ସରକାରଙ୍କର ରାଜପତ୍ର ରେ ପ୍ରକାଶିତ ଏସ ଓ ୩୪୦୮(ଇ) ପ୍ରତି ଆକର୍ଷିତ କରାଯାଉଅଛି, ଯାହାଦ୍ୱାରା, ବର୍ତ୍ତମାନର ଏବଂ ପୂର୍ବ ଶୃଙ୍ଖଳାର ପ୍ରଚଳିତ ଥିବା ସମସ୍ତ ୫୦୦ ଏବଂ ୧୦୦୦ ଟଙ୍କିଆ ବ୍ୟାଙ୍କ ନୋଟ ର ବୈଧିକ ବୈଶିଷ୍ଟ୍ୟତା ନଭେମ୍ବର ୦୮, ୨୦୧୬ ମଧ୍ୟ ରାତ୍ରି ରୁ ପ୍ରତ୍ୟାହାର କରି ନିଆ ଯାଇଛି |

୨. ଅଧିସୂଚନା ର ଧାରା ୧(ଜି) ଏବଂ (ଏଚ) ଅନୁସାରେ ଏହି ନିର୍ଦ୍ଧିଷ୍ଟ ବ୍ୟାଙ୍କ ନୋଟ ଗୁଡିକର ବୈଧିକ ମୂଲ୍ୟ ନିମ୍ନଲିଖିତ ଦେଣ ନେଣ ପାଇଁ ନଭେମ୍ବର ୧୧, ୨୦୧୬ ପର୍ଯ୍ୟନ୍ତ ଜାରି ରହିବ |

(କ) ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ଥିବା ଏବଂ ଯାଉଥିବା ଯାତ୍ରୀ ମାନଙ୍କର ପାଖରେ ଥିବା ୫୦୦୦ ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ବ୍ୟାଙ୍କ ନୋଟ କୁ ବୈଧିକ ବ୍ୟାଙ୍କ ନୋଟ ସହ ବିନିମୟ ଏବଂ

(ଖ) ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବୈଦେଶିକ ମୁଦ୍ରା କିମ୍ବା ଏହି ନିର୍ଦ୍ଧିଷ୍ଟ ବ୍ୟାଙ୍କ ନୋଟ ୫୦୦୦ ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ବୈଧିକ ନୋଟ ସହ ବିନିମୟ

୩. ପ୍ରାଧିକୃତ ବ୍ୟକ୍ତିମାନେ ଉପରୋକ୍ତ ନିର୍ଦେଶବଳୀକୁ ଅନୁସରଣ କରିବେ ଏବଂ ଏହି ପରିପତ୍ର ର ବିଷୟବସ୍ତୁ କୁ ସେମାନଙ୍କର ଗ୍ରାହକ ମାନଙ୍କ ଦୃଷ୍ଟି ଆକର୍ଷଣ କରାଇବେ |

୪. ଏହି ପରିପତ୍ର ରେ ଥିବା ନିର୍ଦ୍ଦେଶାବଳୀ ଗୁଡିକ ବୈଦେଶିକ ମୁଦ୍ରା ପରିଚାଳନା ଅଧିନିୟମ, ୧୯୯୯ (୧୯୯୯ ର ୪୨) ଅଧିନସ୍ଥ ଧାରା ୧୦(୪) ଏବଂ ୧୧(୧) ଅନୁସାରେ ପ୍ରକାଶିତ ଏବଂ ଏହା ଅନ୍ୟ କୌଣସି ଅଧିନିୟମ ର ଅନୁମତି/ଅନୁମୋଦନ ର ଅଧୀନ ନୁହେଁ |

ଆପଣଙ୍କ ବିଶ୍ଵସ୍ତ

ଶେଖର ଭଟନାଗର
ଭରପ୍ରାପ୍ତ ମୁଖ୍ୟ ମହା ପ୍ରବନ୍ଧକ

 
  © bþÐeþ[Ñ¯Æ eÞþSbàþ aÔÐ*¼ - jcªÆ @^ÞLÐeþ jÕeþlÞ[

1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH