Download
the Odia
font
 
   Ac `eÞþQ¯Æ     D`ÒdÐNÑ jËQ_Р    jÐ^ÐeþZ `õhïÐafÑ     A\ÙL hÞlР    @bÞþÒdÐN   @_ÔÐ_Ô jÕÒdÐN 
`õ\c `óº¤Ð >> @^ÞjËQ_Ð - Display
Note : To obtain an aligned printout please download the (118.00 kb ) version to your machine and then use respective software to print the story.
Date: 25/08/2016
ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା – କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟର କୃଷି ବୀମା ପୋର୍ଟଲରେ ବ୍ୟାଙ୍କ ଶାଖା ମାନଙ୍କର ତଥ୍ୟ ଯୋଗାଣର ଅଭାବ

ଆରବିଆଇ/୨୦୧୬-୧୭/୪୧
ଏଫଆଇଡିଡି.ସିଓ.ଏଫଏସଡି. ବିସି.୧୧/୦୫.୧୦.୦୦୭/୨୦୧୬-୧୭

ଅଗଷ୍ଟ ୨୫, ୨୦୧୬

ଅଧ୍ୟକ୍ଷ/ ପରିଚାଳନା ନିର୍ଦେଶକ /ମୁଖ୍ୟ କାର୍ଯ ନିର୍ବାହୀ ଅଧିକାରୀ
ସମସ୍ତ ଅନୁସୂଚୀତ ବାଣିଜ୍ୟିକ ବ୍ୟାଙ୍କ (ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ବ୍ୟତୀତ)

ପ୍ରିୟ ମହାଶୟ/ ମହାଶୟା

ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା – କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟର କୃଷି ବୀମା ପୋର୍ଟଲରେ ବ୍ୟାଙ୍କ ଶାଖା ମାନଙ୍କର ତଥ୍ୟ ଯୋଗାଣର ଅଭାବ

ଦୟାକରି ମାର୍ଚ୍ଚ ୧୭, ୨୦୧୬ ତାରିଖରେ ଜାରି ଆମର ପରିପତ୍ର ଏଫଆଇଡିଡି. ସଂ. ଏଫଏସଡି.ବିସି.୨୦/୦୫.୧୦.୦୦୭ / ୨୦୧୫-୧୬ ର ଅନୁସରଣ କରନ୍ତୁ ଯେଉଁଥିରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରାବଧାନ ଗୁଡିକର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ଏବଂ ୧୦୦% ଚିହ୍ନିତ ଋଣୀ କୃଷକ ଏବଂ ଅଧିକ ସଂଖ୍ୟକ ଅଣ-ଋଣୀ କୃଷକ ମାଙ୍କକୁ ପରିସରଭୁକ୍ତ ସୁନିଶ୍ଚିତ କରିବା ମଧ୍ୟ ସ୍ଥିର କରାଯାଇଥିଲା ଯାହା ଦ୍ୱାରା ଏହି ଯୋଜନା ଅନ୍ତର୍ଗତ ନିହିତ ଉଦ୍ଦେଶ୍ୟ ଏବଂ ସ୍ଥିରିକୃତ ଲକ୍ଷ୍ୟ ହାସଲ କରାଯାଇପାରିବ।

୨. ଭାରତ ସରକାରଂକ ପ୍ରଧାନ ମନ୍ତ୍ରୀ କୃଷକ ବୀମା ଯୋଜନା (ପିଏମଏଫବିୱାଇ) ର ପରିଚାଳନାଗତ ନିର୍ଦ୍ଦେଶନାମା ଅନୁସାରେ ସମସ୍ତ ବ୍ୟାଙ୍କ ମାନଙ୍କଠାରୁ ଏହା ମଧ୍ୟ ଆଶା କରାଯାଉଛି ଯେ ସେମାନେ ନିଜର ଶାଖାମାନଙ୍କ ମାଧ୍ୟମରେ ଫସଲ ବୀମା ଉପଲବ୍ଧ କରୁଥିବା ସମସ୍ତ ଋଣୀ ଓ ଅଣ-ଋଣୀ କୃଷକ ମାନଙ୍କର ଭୂମି ଏବଂ ଫସଲ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ତଥ୍ୟ ନିଜ ନଥିପତ୍ରରେ ପ୍ରାପ୍ତ କରିବେ।

୩. କୃଷି ଏବଂ ଫସଲ କଲ୍ୟାଣ ମନ୍ତ୍ରାଳୟ (ଏମଓଏ ଏଣ୍ଡ ଏଫଡବ୍ଲୁ) ଇତି ମଧ୍ୟରେ ସମସ୍ତ ବ୍ୟାଙ୍କ ମାନଙ୍କୁ ଏକ ଏକୀକୃତ www.agri-insurance.gov.in ପୋର୍ଟଲରେ କୃଷକ ମାନଙ୍କର ଫସଲ ବୀମା ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ଲିପିବଦ୍ଧ କରିବା ପାଇଁ ପରାମର୍ଶ ଦେଇଛି। ଉକ୍ତ ପୋର୍ଟଲରେ ବ୍ୟାଙ୍କ ଶାଖା ମାନେ ଉପରୋକ୍ତ ତଥ୍ୟାବଳୀ ଲିପିବଦ୍ଧ କରୁ ନ ଥିବା ବିଷୟ ଆମର ଦୃଷ୍ଟି ଆକର୍ଷଣ କରିଛି। ପରିଣାମସ୍ୱରୁପ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ, ରାଜ୍ୟ ସରକାର ଇତ୍ୟାଦି ବୀମାକୃତ ଫସଲ ସୀମା, ସଂଗୃହିତ ବୀମା ପ୍ରିମିୟମ ର ପରିମାଣ ଆଦି ନିର୍ଣ୍ଣୟ କରିବାରେ ହେଉଥିବା ଅସୁବିଧା ଜନିତ ତଥ୍ୟ ଗୁଡିକୁ ଚିହ୍ନଟ କରିବାରେ ଅସମର୍ଥ ହେଉଛନ୍ତି। ଏଣୁ ଆପଣମାନେ ନିଜ-ନିଜର ଶାଖା ମାନଙ୍କୁ ଆବଶ୍ୟକୀୟ ତଥ୍ୟ ପୋର୍ଟଲରେ ଲିପିବଦ୍ଧ କରିବାପାଇଁ ଅବିଳମ୍ଭେ ନିର୍ଦ୍ଦେଶ ଜାରି କରନ୍ତୁ।

ଆପଣଙ୍କର ବିଶ୍ୱସ୍ତ

(ଉମା ଶଙ୍କର)
ମୁଖ୍ୟ ମହାପ୍ରବନ୍ଧକ

 
  © bþÐeþ[Ñ¯Æ eÞþSbàþ aÔÐ*¼ - jcªÆ @^ÞLÐeþ jÕeþlÞ[

1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH