| ପ୍ରଚ଼ଳିତ 500 ଓ 1000 ଟଙ୍କିଆ ବିଶିଷ୍ଟ ବ୍ୟାଙ୍କ ନୋଟ (SBN)ର ବୈଧ ମୁଦ୍ରା ସ୍ୱରୂପ ପ୍ରତ୍ୟାହାର – ବିବାହ ଉତ୍ସବ ଉପଲକ୍ଷେ ନଗଦ ଉଠାଣ - ସଂଶୋଧନ |
RBI/2016-17/149
DCM (Plg) No.1346/10.27.00/2016-17
November 22, 2016
ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ
ସରକାରୀ କ୍ଷେତ୍ର ବ୍ୟାଙ୍କ/ ବେସରକାରୀ କ୍ଷେତ୍ର ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ
ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ /ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ/ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ
ମହାଶୟ
ପ୍ରଚ଼ଳିତ 500 ଓ 1000 ଟଙ୍କିଆ ବିଶିଷ୍ଟ ବ୍ୟାଙ୍କ ନୋଟ (SBN)ର ବୈଧ ମୁଦ୍ରା ସ୍ୱରୂପ ପ୍ରତ୍ୟାହାର – ବିବାହ ଉତ୍ସବ ଉପଲକ୍ଷେ ନଗଦ ଉଠାଣ - ସଂଶୋଧନ
ଦୟାକରି ନଭେମ୍ବର 21, 2016 ତାରିଖର ଆମର ପରିପତ୍ର 1320/10.27.00/2016-17 ଦେଖନ୍ତୁ । ଉପରୋକ୍ତ ପରିପତ୍ରର ପାରା 2 iv ରେ ଥିବା ଅନୁଦେଶଗୁଡ଼ିକୁ ନିମ୍ନୋକ୍ତ ପ୍ରକାରେ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି :
ଯେଉଁକ୍ଷେତ୍ରରେ ପ୍ରସ୍ତାବିତ ପ୍ରଦାନ କରାଯାଉଥିବା ଅର୍ଥରାଶି 10,000 ଟଙ୍କା ବା ତଦୁର୍ଦ୍ଧ, ସେଠାରେ ଯେଉଁ ବ୍ୟକ୍ତିମାନଙ୍କୁ ଉଠାଯାଇଥିବା ରାଶି ପ୍ରଦାନ କରାଯିବାକୁ ପ୍ରସ୍ତାବ ଦିଆଯାଇଛି, ତାଙ୍କର ଏକ ସବିଶେଷ ସୂଚ଼ୀ ସହିତ ସେମାନଙ୍କର ବ୍ୟାଙ୍କ ଖାତା ନ ଥିବା ସମ୍ବନ୍ଧୀୟ ଏକ ଘୋଷଣାନାମା ସେହି ସୂଚୀରେ ପ୍ରସ୍ତାବିତ ପ୍ରଦାନର ଉଦ୍ଦେଶ୍ୟ ସୂଚିତ ହେବା ଆବଶ୍ୟକ ।
ଆପଣଙ୍କର ବିଶ୍ୱସ୍ତ
(ପି. ବିଜୟ କୁମାର)
ମୁଖ୍ୟ ମହାପ୍ରବନ୍ଧକ |
|