RBI/2016-17/148
DCM (Plg) No.1345/10.27.00/2016-17
November 22, 2016
ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ
ସରକାରୀ କ୍ଷେତ୍ର ବ୍ୟାଙ୍କ/ ବେସରକାରୀ କ୍ଷେତ୍ର ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ
ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ /ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ/ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ
ମହାଶୟ
ରବି ଫସଲ ଋତୁ ପାଇଁ ଟଙ୍କା ଉପଲବ୍ଧି କରାଇବା – ବ୍ୟାଙ୍କମାନଙ୍କୁ ପରାମର୍ଶ
ଆପଣମାନେ ସମସ୍ତେ ଜାଣନ୍ତି ରବି ଫସଲ ଋତୁ ଆରମ୍ଭ ହୋଇଗଲାଣି ଏବଂ ସେଥିପାଇଁ କୃଷକମାନେ ଚ଼ାଷକାର୍ଯ୍ୟରେ କୌଣସି ଅସୁବିଧା ନଭୋଗି ଯଥେଷ୍ଟ ଆର୍ଥିକ ସାହାଯ୍ୟ ପାଇବା ଜରୁରୀ ।
2. ଅଟକଳ କରାଯାଇଛି ଯେ, କୃଷକମାନଙ୍କୁ କୃଷି ଋଣ, ମଞୁର ଓ ପ୍ରଦାନ ପାଇଁ ସାପ୍ତାହିକ 10,000 କୋଟି ଟଙ୍କା ହିସାବରେ ପ୍ରାୟ 35,000 କୋଟି ଟଙ୍କା ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କମାନଙ୍କ ଦ୍ୱାରା ଆବଶ୍ୟକ ପଡ଼ିବ । ପ୍ରାଥମିକ କୃଷି ସମବାୟ ସମିତି ଏବଂ କୃଷକମାନଙ୍କୁ ଆବଶ୍ୟକୀୟ କୃଷି ଋଣ ଯୋଗାଇବା ପାଇଁ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କମାନଙ୍କୁ ସକ୍ଷମ କରିବା ନିମିତ୍ତ ନାବାର୍ଡ଼ 23,000 କୋଟି ଟଙ୍କା ପର୍ଯ୍ୟନ୍ତ ନିଜର ନଗଦ ଋଣ ସୀମାର ଉପଯୋଗ କରିବ ।
3. ଯେହେତୁ ଚ଼ାଷଜନିତ ଖର୍ଚ୍ଚ ପାଇଁ ଏହି ଋଣର ଅଧିକାଂଶ ଭାଗ ନଗଦ ଆକାରରେ କାରବାର କରାଯିବ। ଆମେ ଏହି ପରିପ୍ରେକ୍ଷୀରେ କରେନ୍ସି ଚ଼େଷ୍ଟଥିବା ବ୍ୟାଙ୍କମାନଙ୍କୁ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ଆଂଚ଼ଳିକ ଗ୍ରାମ୍ୟ ବ୍ୟାଙ୍କମାନଙ୍କୁ ଯଥେଷ୍ଟ ପରିମାଣର ନଗଦ ଦେବାପାଇଁ ସୂଚ଼ିତ କରୁଛୁ । ବାଣିଜ୍ୟିକ ବ୍ୟାଙ୍କ (ଆଂଚ଼ଳିକ ଗ୍ରାମ୍ୟ ବ୍ୟାଙ୍କ ସମେତ)ର ଗ୍ରାମୀଣ ଶାଖାମାନ ପାଇଁ ଯଥେଷ୍ଟ ପରିମାଣର ନଗଦ ଯୋଗାଣର ବନ୍ଦୋବସ୍ତ କରିବା ଆବଶ୍ୟକ । ଅଧିକନ୍ତୁ, ସଂଗ୍ରହ କାର୍ଯ୍ୟକୁ ସାବଲୀଳ କରିବା ପାଇଁ ପ୍ରାଥମିକ କୃଷି ସମବାୟ ସମିତିମାନଙ୍କରେ ଥିବା ବ୍ୟାଙ୍କ ଶାଖାମାନଙ୍କୁ ଯଥେଷ୍ଟ ନଗଦ ଯୋଗାଇବା ଆବଶ୍ୟକ ।
ଆପଣଙ୍କର ବିଶ୍ୱସ୍ତ
(ପି. ବିଜୟ କୁମାର)
ମୁଖ୍ୟ ମହାପ୍ରବନ୍ଧକ |