RBI/2016-17/146
DCM (Plg) No.1323/10.27.00/2016-17
November 21, 2016
ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ
ସରକାରୀ କ୍ଷେତ୍ର ବ୍ୟାଙ୍କ/ ବେସରକାରୀ କ୍ଷେତ୍ର ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ
ଆଂଚଲିକ ଗ୍ରାମ୍ୟ ବ୍ୟାଙ୍କ /ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ/ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ
ମହାଶୟ
ପ୍ରଚ଼ଳିତ 500 ଓ 1000 ଟଙ୍କିଆ ବ୍ୟାଙ୍କନୋଟର ବୈଧ ମୁଦ୍ରା ସ୍ୱରୂପ ପ୍ରତ୍ୟାହାର- ସଂଶୋଧନ
ଉପରୋକ୍ତ ବିଷୟରେ ନଭେମ୍ବର 08, 2016 ତାରିଖରେ ଜାରି ଆମର ପରିପତ୍ର ସଂ. 1226/10.27.00/2016-17 ଦେଖନ୍ତୁ ।
2. ଏକ ସମୀକ୍ଷା ପରେ ବ୍ୟାଙ୍କ ଖାତାମାନଙ୍କରୁ ଉଠାଣର ସୀମାରେ ନିମ୍ନୋକ୍ତ ପ୍ରକାରରେ କେତେକ ପରିବର୍ତ୍ତନ କରାଯାଇଛି :
i. କୃଷକମାନଙ୍କ ନିମିତ୍ତ
ପ୍ରଚ଼ଳିତ କେୱାଇସି ରୀତି ଅନୁପାଳିତ ଋଣ (କିଷାନ କ୍ରେଡ଼ିଟ କାର୍ଡ଼ ସୀମା ସମେତ) ଓ ଜମା ଖାତାରୁ ସାପ୍ତାହିକ 25000 ଟଙ୍କା ପର୍ଯ୍ୟନ୍ତ ଉଠାଇବାକୁ କୃଷକମାନଙ୍କୁ ଅନୁମତି ଦିଆଯାଇ ପାରିବ ।
ii. ଏ.ପି.ଏମ୍.ସି. ମାର୍କେଟ / ମଣ୍ଡି ସହିତ ପଞିକୃତ ବ୍ୟାପାରୀଙ୍କ ନିମିତ୍ତ
ଅଧୁନା ସମସ୍ତ ଚ଼ାଲୁ ଖାତାଧାରକଙ୍କୁ କେତେକ ସର୍ତ୍ତ ଅନୁଯାୟୀ ତାଙ୍କ ଚ଼ାଲୁଖାତାରୁ ସପ୍ତାହକୁ 50,000 ଟଙ୍କା ନଗଦ ଆକାରରେ ଉଠାଇବାକୁ ଅନୁମତି ଦିଆଯାଇଛି ଏବଂ ବର୍ତ୍ତମାନ ସେହି ସୁବିଧା ଏ.ପି.ଏମ୍.ସି. ମାର୍କେଟ / ମଣ୍ଡି ସହିତ ପଞିକୃତ ବ୍ୟାପାରୀମାନଙ୍କୁ ଦିଆଯାଉଛି . ଏହି ବ୍ୟାପାରୀମାନଙ୍କୁ, ଯଦି ତାଙ୍କ ଖାତା ପ୍ରଚ଼ଳିତ କେ.ୱାଇ.ସି. ରୀତି ଅନୁପାଳିତ ଥାଏ ଏବଂ ବିଗତ ତିନି ମାସ ବା ତତୁର୍ଦ୍ଧ ସମୟ ପର୍ଯ୍ୟନ୍ତ ଚ଼ଳମାନ ଥାଏ, ତେବେ ସେମାନଙ୍କର ଚ଼ାଲୁ ଖାତାରୁ 50,000 ଟଙ୍କା ପର୍ଯ୍ୟନ୍ତ ଉଠାଇବାକୁ ଅନୁମତି ପ୍ରଦାନ କରାଯାଉଛି ।
3. ଦୟାକରି ପ୍ରାପ୍ତି ସ୍ୱୀକାର କରନ୍ତୁ ।
ଆପଣଙ୍କର ବିଶ୍ୱସ୍ତ
( ପି. ବିଜୟ କୁମାର )
ମୁଖ୍ୟ ମହାପ୍ରବନ୍ଧକ |