Download
the Odia
font
 
   Ac `eÞþQ¯Æ     D`ÒdÐNÑ jËQ_Р    jÐ^ÐeþZ `õhïÐafÑ     A\ÙL hÞlР    @bÞþÒdÐN   @_ÔÐ_Ô jÕÒdÐN 
`õ\c `óº¤Ð >> @^ÞjËQ_Ð - Display
Note : To obtain an aligned printout please download the (335.00 kb ) version to your machine and then use respective software to print the story.
Date: 21/11/2016
ବିଶିଷ୍ଟ ବ୍ୟାଙ୍କ ନୋଟର ବୈଧ ମୁଦ୍ରା ସ୍ୱରୂପ ପ୍ରତ୍ୟାହାର- ନଗଦ ଉଠାଣ ସୀମା

RBI/2016-17/142
DCM (Plg) No.1317/10.27.00/2016-17

November 21, 2016

ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ
ସରକାରୀ କ୍ଷେତ୍ର ବ୍ୟାଙ୍କ/ ବେସରକାରୀ କ୍ଷେତ୍ର ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ
ଆଂଚଲିକ ଗ୍ରାମ୍ୟ ବ୍ୟାଙ୍କ /ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ/ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ

ମହାଶୟ

ବିଶିଷ୍ଟ ବ୍ୟାଙ୍କ ନୋଟର ବୈଧ ମୁଦ୍ରା ସ୍ୱରୂପ ପ୍ରତ୍ୟାହାର- ନଗଦ ଉଠାଣ ସୀମା

ଦୟାକରି ନଭେମ୍ବର 14, 2016 ତାରିଖରେ ଜାରି ଆମ ପରପତ୍ର ସଂ. DCM.(Plg) No 1274/10.27.00/2016-17 ର ପାରା (i)- ଅତିରିକ୍ତ ସୁବିଧା ଦେଖନ୍ତୁ ଯଦାନୁଯାୟୀ ଚ଼ାଲୁଖାତା ଧାରକମାନେ (ଗତ ତିନି ମାସ ବା ତଦୁର୍ଦ୍ଧ ଅବଧି ପର୍ଯ୍ୟନ୍ତ ସକ୍ରିୟ ଥିବା ଚ଼ାଲୁ ଖାତା ପାଇଁ ପ୍ରଯୁଜ୍ୟ ) ନଗଦ ଆକାରରେ ସପ୍ତାହକୁ 50000 ଟଙ୍କା ପର୍ଯ୍ୟନ୍ତ ଉଠାଇବାକୁ ଅନୁମତି ପାଇଥିଲେ । ଏକ ସମୀକ୍ଷା ପରେ ଏହି ସୁବିଧା ଓଭର ଡ୍ରାଫ୍ଟ ଏବଂ କ୍ୟାସ୍ କ୍ରେଡ଼ିଟ ଖାତା ପାଇଁ ମଧ୍ୟ ପରିବର୍ଦ୍ଧତ କରବାକୁ ନିଷ୍ପତ୍ତି ନିଆଯାଇଛି । ତଦାନୁଯାୟୀ, ତିନି ମାସ ବା ତଦୁର୍ଦ୍ଧ ସମୟ ପର୍ଯ୍ୟନ୍ତ ସଚ଼ଳ ଥିବା ଚ଼ାଲୁ / ଓଭରଡ୍ରାଫ୍ଟ / କ୍ୟାସ୍ କ୍ରେଡିଟ ଖାତା ଧାରକମାନେ ବର୍ତ୍ତମାନ ନଗଦ ଆକାରରେ ସପ୍ତାହକୁ 5000 ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ । ସାପ୍ତାହିକ ଉଠାଣର ଏହି ବର୍ଦ୍ଧିତ ସୀମା ବ୍ୟକ୍ତିଗତ ଓଭରଡ୍ରାଫ୍ଟ ଖାତା ନିମିତ୍ତ ପ୍ରଯୁଜ୍ୟ ହେବ ନାହି ।

2. ଏହି ଉଠାଣ ବିଶେଷତଃ 2000 ଟଙ୍କିଆ ନୋଟ ବର୍ଗମୁଲ୍ୟ ବ୍ୟାଙ୍କ ନୋଟରେ କରାଯିବ ।

ଆପଣଙ୍କ ବିଶ୍ୱସ୍ତ

(ସୁମନ ରାୟ)
ମହା ପ୍ରବନ୍ଧକ

 
  © bþÐeþ[Ñ¯Æ eÞþSbàþ aÔÐ*¼ - jcªÆ @^ÞLÐeþ jÕeþlÞ[

1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH