RBI/2016-17/141
DCM (Plg) No.1304/10.27.00/2016-17
November 20, 2016
ଅଧ୍ୟକ୍ଷ/ ପରିଚ଼ଳନା ନିର୍ଦ୍ଦେଶକ/ ମୁଖ୍ୟ ନିର୍ବାହୀ ଅଧିକାରୀ
ସରକାରୀ କ୍ଷେତ୍ର ବ୍ୟାଙ୍କ/ ବେସରକାରୀ କ୍ଷେତ୍ର ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ
ଆଂଚଲିକ ଗ୍ରାମ୍ୟ ବ୍ୟାଙ୍କ /ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ/ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ
ମହାଶୟ
ପ୍ରଚ଼ଳିତ 500 ଓ 1000 ଟଙ୍କାର ବୈଧ ମୁଦ୍ରା ସ୍ୱରୂପ ପ୍ରତ୍ୟାହାର- ବ୍ୟାଙ୍କ ନୋଟ-ସୀମାର ପୁନରୀକ୍ଷଣ
ଦୟାକରି ନଭେମ୍ବର 13, 2016 ତାରିଖରେ ଜାରି ଆମର ପରିପତ୍ର DCM (Plg) No.1272/10.27.00/2016-17 ର ପାରା 1 (ii) ଦେଖନ୍ତୁ ଯଦାନୁଯାୟୀ ନବୀକୃତ ଏ.ଟି.ଏମ୍.ମାନଙ୍କରେ ଦୈନିକ ଉଠାଣର ସୀମା 2000 ଟଙ୍କାରୁ 2500 ଟଙ୍କା ପର୍ଯ୍ୟନ୍ତ ବଢ଼ା ଯାଇଥିଲା ଯଥା, ବ୍ୟାଙ୍କମାନଙ୍କର ଏ.ଟି.ଏମ୍. ନବୀକୃତ ନ ହେବାଯାଏ ଉଠାଣ ସୀମା ପୂର୍ବବତ୍ ରଖାଯାଇଥିଲା ।
2. ଏ.ଟି.ଏମ୍.ଗୁଡ଼ିକର ନବୀକରଣ ଧ୍ୟାନପୂର୍ବକ ଅନୁଧ୍ୟାନ କରାଯାଉଛି ଏବଂ ଏ ଦିଗ ରେ ପର୍ଯ୍ୟାପ୍ତ ପ୍ରଗତି ହାସଲ ହୋଇଛି . ସମୀକ୍ଷା ପରେ ନିଷ୍ପତ୍ତି ନିଆଯାଇଛି ଯେ, ପରବର୍ତ୍ତୀ ଅନୁଦେଶ ପର୍ଯ୍ୟନ୍ତ ଏହି ସୀମା ଅପରିବର୍ତ୍ତିତ ରହିବ. ବ୍ୟାଙ୍କମାନେ ନବୀକୃତ ନ ହେବାଯାଏ, ଅଣ-ନବୀକୃତ ଏ.ଟି.ଏମ୍. ମାଧ୍ୟମରେ 50 ଓ 100 ଟଙ୍କିଆ ବ୍ୟାଙ୍କନୋଟ ବିତରଣ କରିପାରିବେ।
3. ଦୟାକରି ପ୍ରାପ୍ତି ସ୍ୱୀକାର କରନ୍ତୁ ।
ଆପଣଙ୍କ ବିଶ୍ୱସ୍ତ
(ସୁମନ ରାୟ)
ମହା ପ୍ରବନ୍ଧକ |