Download
the Odia
font
 
   Ac `eÞþQ¯Æ     D`ÒdÐNÑ jËQ_Р    jÐ^ÐeþZ `õhïÐafÑ     A\ÙL hÞlР    @bÞþÒdÐN   @_ÔÐ_Ô jÕÒdÐN 
`õ\c `óº¤Ð >> @^ÞjËQ_Ð - Display
Note : To obtain an aligned printout please download the (75.00 kb ) version to your machine and then use respective software to print the story.
Date: 02/11/2016
ବିଶେଷ ଏଟିମ ଦ୍ଵାରା ୧୦୦ ଟଙ୍କିଆ ବ୍ୟାଙ୍କ ନୋଟ ର ବିତରଣ ବ୍ୟବସ୍ଥା

ଆରବିଆଇ/୨୦୧୬-୧୭/୧୦୬
ଡିସିଏମ(ସିସି) ନଂ. ୧୧୭୦/ ୦୩.୪୧.୦୧/ ୨୦୧୬-୧୭

୦୨ ନଭେମ୍ବର ୨୦୧୬

ଚେୟାରମ୍ୟାନ ଓ ପରିଚାଳନା ନିର୍ଦେଶକ /
ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,
ସମସ୍ତ ବ୍ୟାଙ୍କ

ମହାଶୟା/ମହାଶୟ

ବିଶେଷ ଏଟିମ ଦ୍ଵାରା ୧୦୦ ଟଙ୍କିଆ ବ୍ୟାଙ୍କ ନୋଟ ର ବିତରଣ ବ୍ୟବସ୍ଥା

ଦୟାକରି ଆମ ଦ୍ଵାରା ମଇ ୦୫, ୨୦୧୬ ରେ ଜାରି ମୁଦ୍ରା ବିତରଣ ଓ ବିନିମୟ ଯୋଜନା ସମ୍ଭନ୍ଧୀୟ ପରିପତ୍ର ସଂଖ୍ୟା ଡ଼ିସିଏମ(ସିସି)/ଜି-୧୦/୩୩୫୨/୦୩.୪୧.୦୧/୨୦୧୫-୧୬ ଦେଖନ୍ତୁ ।

୨. ବ୍ୟାଙ୍କ ମାନଙ୍କ ଦ୍ଵାରା ଏଟିଏମ ମାଧ୍ୟମରେ କମ ମୂଲ୍ୟ ବର୍ଗ ର ବ୍ୟାଙ୍କ ନୋଟ ବିତରଣ ସମ୍ଭନ୍ଧୀୟ ପଦକ୍ଷେପ ର ସମୀକ୍ଷା ପରେ ଦେଖାଗଲା ଯେ ଅଳ୍ପ ସଂଖ୍ୟକ ବ୍ୟାଙ୍କ ହିଁ ଶହେ ଟଙ୍କିଆ ନୋଟ ସମେତ କମ ମୂଲ୍ୟ ବର୍ଗ ର ବ୍ୟାଙ୍କ ନୋଟ ବିତରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି।

୩. ସ୍ଵଚ୍ଛ ନୋଟ ପଲିସି ର ଉଦ୍ଦେଶ୍ୟ ଓ ଜନ ସାଧାରଣଙ୍କ ଶହେ ଟଙ୍କିଆ ବ୍ୟାଙ୍କ ନୋଟ ପାଇଁ ବାସ୍ତବିକ ଆବଶ୍ୟକତାକୁ ପୁରା କରିବାକୁ ଧ୍ୟାନରେ ରଖି ବ୍ୟାଙ୍କ ମାନେ ଖୁଚୁରା କାରବାର ପାଇଁ ବହୁଳ ଭାବରେ ବ୍ୟବହୃତ ହେଉ ଥିବା ଏଟିଏମ ମାଧ୍ୟମ ରେ ୧୦୦ ଟଙ୍କିଆ ନୋଟ ର ବିତରଣ ବୃଦ୍ଧି କରିବା ଆବଶ୍ୟକ।

୪. ବ୍ୟାଙ୍କ ମାନଙ୍କୁ ଏହି ଦିଗରେ ପ୍ରୋତ୍ସାହନ ଯୋଗାଇ ଦେବା ଉଦ୍ଦେଶ୍ୟ ରେ ଏହି ନିର୍ଣ୍ଣୟ ନିଆ ଯାଇଛି ଯେ ଏକ ପାଇଲଟ ପ୍ରୋଜେକ୍ଟ ମାଧ୍ୟମରେ ସାରା ଦେଶ ରେ କାର୍ଯ୍ୟରତ ଏଟିଏମ ର ଅତି କମ ରେ ୧୦ ପ୍ରତିଶତ ଭାଗ ଏଟିଏମ କୁ କେବଳ ୧୦୦ ଟଙ୍କିଆ ନୋଟ ର ବିତରଣ ପାଇଁ ଚିହ୍ନିତ କରାଯିବ | ଏହି ଉଦ୍ଦେଶ୍ୟରେ ଆପଣଙ୍କର ୧୦ ପ୍ରତିଶତ ଭାଗ ଏଟିଏମକୁ ସକ୍ଷମ କରିବାକୁ ନିର୍ଦେଶ ଦିଆ ଯାଉଅଛି|

୫. ଏହି ପ୍ରକ୍ରିୟା ଏକ ଜଟିଳ ପ୍ରକ୍ରିୟା ହୋଇ ନ ଥିବାରୁ ବ୍ୟାଙ୍କ ମାନେ ଏହି ପରିପତ୍ର ପ୍ରକାଶନର ପନ୍ଦର ଦିନ ମଧ୍ୟରେ ଏହି କାର୍ଯ୍ୟ ସମାପନ କରିବା ଜନିତ ପ୍ରମାଣପତ୍ର ପ୍ରସ୍ତୁତ କରିବେ |ଏହି ଉଦ୍ଦେଶ୍ୟ ସାଧନ ଦିଗରେ ବ୍ୟାଙ୍କ ମାନେ ସ୍ଵାଧୀନ ଭାବରେ ତାଙ୍କର ବ୍ୟାଙ୍କ ଶାଖା ବାଛି ପାରିବେ ଯାହାକି ଅନେକ ସ୍ଥାନ/ରାଜ୍ୟ ରେ ବିସ୍ତୃତ ଥିବ | ଏହି ସଙ୍କ୍ରାନ୍ତରେ ତଥ୍ୟ ସଂଲଗ୍ନ ଫର୍ମ ରେ ଆମକୁ ଜଣେଇବା ପାଇଁ ଅନୁରୋଧ | ଦୁଇ ମାସର ଅନ୍ତରାଳ ପରେ ଏହି ପ୍ରୋଜେକ୍ଟ ସମ୍ଭନ୍ଧୀୟ ପ୍ରତିକ୍ରିୟା ଆମ ସହିତ ବାଣ୍ଟି ପାରନ୍ତି |

୬. ଦୟାକରି ପ୍ରାପ୍ତି ସ୍ଵୀକାର କରିବେ |

ଆପଣଙ୍କର ବିଶ୍ଵସ୍ତ

(ପି. ବିଜୟ କୁମାର)
ମୁଖ୍ୟ ମହା ପ୍ରବନ୍ଧକ

ସଂଲଗ୍ନ- ଯଥୋପରି


ବିଶେଷ ଏଟିଏମ ମାଧ୍ୟମରେ ୧୦୦ ଟଙ୍କିଆ ବ୍ୟାଙ୍କନୋଟ ର ବିତରଣ

ବ୍ୟାଙ୍କର ନାମ –

କ୍ର. ସଂ. ରାଜ୍ୟ ନଗର / ସହର / ଜିଲ୍ଲା ଏଟିଏମ ସ୍ଥାନର ଠିକଣା
       
       

(ଇ-ମେଲ ଦ୍ଵାରା ପଠାଇବା ପାଇଁ)

 
  © bþÐeþ[Ñ¯Æ eÞþSbàþ aÔÐ*¼ - jcªÆ @^ÞLÐeþ jÕeþlÞ[

1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH