Download
the Odia
font
 
   Ac `eÞþQ¯Æ     D`ÒdÐNÑ jËQ_Р    jÐ^ÐeþZ `õhïÐafÑ     A\ÙL hÞlР    @bÞþÒdÐN   @_ÔÐ_Ô jÕÒdÐN 
`õ\c `óº¤Ð >> @^ÞjËQ_Ð - Display
Note : To obtain an aligned printout please download the (113.00 kb ) version to your machine and then use respective software to print the story.
Date: 09/11/2016
ପ୍ରଚଳିତ ୫୦୦ ତାଙ୍କ ଏବଂ ୧୦୦୦ ଟଙ୍କା ବ୍ୟାଙ୍କ ନୋଟ ର ବୈଧ ମୁଦ୍ରା ଗୁଣବତ୍ତା ପ୍ରତ୍ୟାହୃତ

ଆରବିଆଇ/୨୦୧୬-୧୭/୧୧୫
ଡ଼ିସିଏମ (ପିଏଲଜି) ସଂ. ୧୨୪୧/ ୧୦.୨୭.୦୦/୨୦୧୬-୧୭

ନଭେମ୍ବର ୦୯, ୨୦୧୬

ଚେୟାରମ୍ୟାନ / ପରିଚାଳନା ନିର୍ଦେଶକ / ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,
ସରକାରୀ ବ୍ୟାଙ୍କ/ ବେସରକାରୀ ବ୍ୟାଙ୍କ/ବିଦେଶୀ ବ୍ୟାଙ୍କ
ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ/ ସହରୀ ସମବାୟ ବ୍ୟାଙ୍କ
ରାଜ୍ୟ ସମବାୟ ବ୍ୟାଙ୍କ

ମହାଶୟ

ପ୍ରଚଳିତ ୫୦୦ ତାଙ୍କ ଏବଂ ୧୦୦୦ ଟଙ୍କା ବ୍ୟାଙ୍କ ନୋଟ ର ବୈଧ ମୁଦ୍ରା ଗୁଣବତ୍ତା ପ୍ରତ୍ୟାହୃତ

ଉପରୋକ୍ତ ବିଷୟ ଉପରେ ଆଧାରିତ ଆମର ନଭେମ୍ବର ୮, ୨୦୧୬ ରେ ଜାରି ପରିପତ୍ର ଡ଼ିସିଏମ (ପିଏଲଜି) ସଂ. ୧୨୨୬/ ୧୦.୨୭.୦୦/ ୨୦୧୬-୧୭ କୁ ଦୟାକରି ଧ୍ୟାନ ଦିଅନ୍ତୁ | ଏଟିଏମ ଗୁଡିକ ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା ର ନିର୍ଦ୍ଧିଷ୍ଟ ବ୍ୟାଙ୍କ ନୋଟ (ଏସ ବି ଏନ) ବିତରଣ ବନ୍ଦ କରିବା ତଥା ପୁନଃ କାର୍ଯ୍ୟକ୍ଷମ ହେବା ପରେ କେବଳ ୧୦୦ ଟଙ୍କା ଓ ୫୦ ଟଙ୍କା ବିତରଣ କରିବା ସୁନିଶ୍ଚିତ କରିବା ଉପଲକ୍ଷେ ନିମ୍ନ ଲିଖିତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ:

I. ନଭେମ୍ବର ୧୧, ୨୦୧୬ ଠାରୁ ଏଟିଏମ ଗୁଡିକର ପୁନଃ କାର୍ଯ୍ୟକ୍ଷମ ହେବା:

ସୁଇଚ ସ୍ତରରେ (ଆବଶ୍ୟକ ହେଲେ ବହିଃସୂତ୍ର /ସେବା ପ୍ରଦାନ କରି ସଂସ୍ଥା ମାନଙ୍କ ଜରିଆରେ) ସମ୍ପୃକ୍ତ ଏଟିଏମ ର କ୍ୟାସେଟ ଗୁଡିକରୁ ନିର୍ଦ୍ଧିଷ୍ଟ ବ୍ୟାଙ୍କ ନୋଟ ର ବିତରଣକୁ ବ୍ୟାହତ କରିବା ପାଇଁ ଆବଶ୍ୟକୀୟ ପରିବର୍ତନ ତଥା ଏଟିଏମ ରେ ପଡି ରହି ଥିବା ନିର୍ଦ୍ଧିଷ୍ଟ ବ୍ୟାଙ୍କ ନୋଟ ଗୁଡିକୁ ଖାଲି କରାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ହେବ |

II ଏଟିଏମ ଗୁଡିକୁ ୧୦୦ ଟଙ୍କା ଏବଂ ୫୦ ଟଙ୍କା ବିତରଣ କରିବାକୁ ସକ୍ଷମ କରାଇବା

ବ୍ୟାଙ୍କ ଗୁଡିକ ଏହା ସୁନିଶ୍ଚିତ କରିବେ(ଆବଶ୍ୟକ ହେଲେ ବହିଃସୂତ୍ର/ସେବା ପ୍ରଦାନ କରି ସଂସ୍ଥା ମାନଙ୍କ ଜରିଆରେ) ଯେ :

(କ) ପ୍ରତ୍ୟେକ ଏଟିଏମ ରେ କମ କରୁଥିବା ଅତି କମ ରେ ଅନ୍ତତଃ ଗୋଟିଏ କ୍ୟାସେଟ ଶହେ ଟଙ୍କା ମୂଲ୍ୟ ବର୍ଗର ବ୍ୟାଙ୍କ ନୋଟ ତତକ୍ଷଣାତ ବିତରଣ କରି ପାରୁଥିବ |

(ଖ) ଉପରଲିଖିତ କୁ ସୁନିଶ୍ଚିତ କରିବା ପାଇଁ ଏଟିଏମ ପାଇଁ ଉପଯୁକ୍ତ ନୋଟ(ସଦ୍ୟ ଏବଂ ପୁନଃ ବ୍ୟବହାର୍ଜ୍ୟ) ଗୁଡିକୁ ଆବଶ୍ୟକୀୟ ସଂସ୍ଥା ମାନଙ୍କୁ ପ୍ରେରଣ କରିବାକୁ ହେବ |

(ଗ) ସମ୍ଭବ ହେଲେ ଅଣ ନିର୍ଦ୍ଧିଷ୍ଠ ବ୍ୟାଙ୍କ ନୋଟ ବିତରଣ କରିବା ପାଇଁ ଅଧିକ ସଂଖ୍ୟକ କ୍ୟାସେଟ କୁ ଉପଯୋଗୀ କରିବାକୁ ହେବ |

III. ଦିନକୁ କାର୍ଡ ପ୍ରତି ଟଙ୍କା ଉଠାଣ ସୀମା ୨୦୦୦ ଟଙ୍କା

ବ୍ୟାଙ୍କଗୁଡିକ ( ଜାରି କରୁଥିବା ବ୍ୟାଙ୍କ ) ସେମାନଙ୍କର କାର୍ଡ ପରିଚାଳନା ବ୍ୟବସ୍ଥା / କୋର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଆବଶ୍ୟକୀୟ ପରିବର୍ତ୍ତନ ସୁନିଶ୍ଚିତ କରିବେ ଯାହାଦ୍ୱାରା :

(କ) ଏଟିଏମ ଦ୍ଵାରା ଟଙ୍କା ଉଠାଣ କରୁଥିବା ତାଙ୍କର ସମସ୍ତ ଗ୍ରାହକ ମାନଙ୍କ ନିମନ୍ତେ ଦିନକୁ କାର୍ଡ ପ୍ରତି ଉଠାଣ ସୀମା ୨୦୦୦ ଟଙ୍କା ଲାଗୁ ହେବ ।

(ଖ) ଏହି ସୀମା ଏଟିଏମ ଏବଂ ପଏଣ୍ଟ ଅଫ ସେଲ ସମେତ ସମସ୍ତ ମାଧ୍ୟମରେ ସାପ୍ତାହିକ ସର୍ବମୋଟ ୨୦୦୦୦ ଟଙ୍କାର ଉଠାଣ ସୀମା ମଧ୍ୟରେ ରହିବ; ଏବଂ

(ଗ) ଏହି ସୀମା ସମ୍ବନ୍ଧରେ ଯେ କୌଣସି ସମୟରେ ହେଉଥିବା ସମୀକ୍ଷା ଅନୁଯାୟୀ ଅବଶ୍ୟକୀୟ ପରିବର୍ତ୍ତନ କାର୍ଯ୍ୟକାରୀ ହେବା ଆବଶ୍ୟକ।

IV. ବ୍ୟାଙ୍କିଙ୍ଗ ପ୍ରତିନିଧିଙ୍କ ଜରିଆରେ ଟଙ୍କା ଉଠାଣ

ବ୍ୟାଙ୍କ ପ୍ରତିନିଧିମାନେ ବ୍ୟାଙ୍କ ମାନଙ୍କର ଏଜେଣ୍ଟ ହୋଇଥିବାରୁ ବ୍ୟାଙ୍କମାନେ ଏହି ପ୍ରତିନିଧି ମାନଙ୍କୁ ମାଇକ୍ରୋ ଏଟିଏମ ଓ ଆଧାର କାର୍ଡ ମାଧ୍ୟମରେ ହେଉଥିବା ପଇଠ ବ୍ୟବସ୍ଥା ମାଧ୍ୟମରେ କରାଯାଉଥିବା ଜମା ଓ ଉଠାଣ ପାଇଁ ଯଥୋଚିତ ନିର୍ଦ୍ଦେଶ ଦେବେ ଯାହାକି ପ୍ରଚଳିତ ନିର୍ଦେଶ ନାମା ଅନୁସାରେ ନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟ ଗୁଡିକର ବ୍ୟାଙ୍କ କାଉଣ୍ଟରରେ ଉଠାଣର ସୀମା (ଭାରତ ସରକାରଙ୍କ ନଭେମ୍ବର ୮, ୨୦୧୬ ର ପ୍ରେସ ପ୍ରକାଶନର ନିର୍ଦେଶ ଅନୁସାରେ) ଅନୁଯାୟୀ ହେବ।

V. ନଗଦ ଟଙ୍କା ଜମା ମେସିନ ଓ ନଗଦ ଟଙ୍କା ପୁନଃ ଚଳନ ମେସିନ ଦ୍ଵାରା ଜମା ରାଶି ଗ୍ରହଣ

(କ) ବ୍ୟାଙ୍କ ମାନେ ନିଜର ନଗଦ ଟଙ୍କା ଜମା ମେସିନ (ସିଡିଏସ) ଏବଂ ନଗଦ ଟଙ୍କା ପୁନଃ ଚଳନ ମେସିନ (ସିଆର) ଗୁଡିକୁ କେବଳ ନିମ୍ନ ଲିଖିତ ସର୍ତ୍ତ ଅଧୀନରେ କାର୍ଯ୍ୟକ୍ଷମ କରିପାରିବେ।

(୧) ନଗଦ ଟଙ୍କା ଜମା ମେସିନ ଓ ନଗଦ ଟଙ୍କା ପୁନଃ ଚଳନ ମେସିନ ଗୁଡିକ ଏସବିଏନ ବିତରଣ କରୁ ନ ଥିବେ।

(୨) ଏହି ସିଡିଏମ ଓ ସିଆର ଗୁଡିକ ଏସବିଏନ ଗ୍ରହଣ କରିବାକୁ ସକ୍ଷମ (ଡିସେମ୍ବର ୩୦, ୨୦୧୬ ପର୍ଯ୍ୟନ୍ତ) କାର୍ଡ ଆଧାରରେ ଅଧିକୃତ (କାର୍ଡ ରହିତ ଏସବିଏନ ଜମା ପାଇଁ ଅକ୍ଷମ ଥିବା) କେବଳ କାର୍ଡଧାରୀଙ୍କ ଜମାଖାତାରେ ଜମା ହେବ (ଅନ୍ୟ ଅର୍ଥରେ ତୃତୀୟ ପକ୍ଷ ଜମା ଖାତାରେ ଜମା ପାଇଁ ଗ୍ରହଣ ହେବ ନାହିଁ) ।

(ଖ) ଏହି ସିଡିଏମ ଓ ସିଆର ଗୁଡିକୁ ପୂର୍ବବତ ଏଟିଏମ ନେଣ ଦେଣ ର ଉଠାଣ ସୀମା ଅଧୀନରେ ଅଣ-ଏସବିଏନ ଗୁଡିକୁ ଗ୍ରହଣ ଏବଂ / କିମ୍ବା ବିତରଣ କରିବେ।

VI. ନୂତନ ଶୃଙ୍ଖଳା ବିଶିଷ୍ଟ ଉଚ୍ଚ ମୂଲ୍ୟ ବର୍ଗର ବ୍ୟାଙ୍କ ନୋଟର (୫୦୦ ଟଙ୍କା ଓ ୨୦୦୦ ଟଙ୍କା) ବିତରଣ ଏବଂ ଜମା ପାଇଁ ପ୍ରସ୍ତୁତି

ମହାତ୍ମା ଗାନ୍ଧୀ (ନୂତନ) ଶୃଙ୍ଖଳାରେ ଉଚ୍ଚ ମୂଲ୍ୟ ବର୍ଗର ବ୍ୟାଙ୍କ ନୋଟ ପ୍ରଚାଳନ ହେବ ମାତ୍ରେ ନିଜ ନିଜର ଏଟିଏମ ଏବଂ ସିଡିଏମ/ସିଆର ଗୁଡିକୁ ବିତରଣ (ଉଠାଣ) ଗ୍ରହଣ (ଜମା) ନିମନ୍ତେ ପ୍ରସ୍ତୁତ ଥିବା କଥା ବ୍ୟାଙ୍କ ମାନେ ସୁନିଶ୍ଚିତ କରିବେ।

୨। ଏହି ପରିପତ୍ର ର ୨(ii) ଏବଂ ୨(vi) ରେ ଉପଲବ୍ଧ ନିର୍ଦେଶନାମାର ସଂଶୋଧନ କ୍ରମ ରେ ବ୍ୟାଙ୍କ ଗୁଡିକୁ ଏହି ସୂଚନା ଦିଆ ଯାଉଛି ଯେ ହ୍ଵାଇଟ ଲେବେଲ ଏଟିଏମ ପରିଚାଳକ ମାନେ ନିଜର ନଗଦ ରାଶି ଯୋଗାଣ କରୁଥିବା ବ୍ୟାଙ୍କ ମାନଙ୍କୁ(ଏହା ପ୍ରାୟୋଜକ ବ୍ୟାଙ୍କ ହୋଇ ପାରେ ଅବା ନାହିଂ) ପ୍ରତ୍ୟାହୃତ ବ୍ୟାଙ୍କ ନୋଟ ଜମା କରିବାକୁ ଅନୁରୋଧ କରି ପାରନ୍ତି |

୩। ଗ୍ରାହକ ସେବାରେ ଉନ୍ନତି ଆଣିବା ପାଇଁ ନିମ୍ନ ଲିଖିତ ଅତିରିକ୍ତ ବ୍ୟବସ୍ଥା ଗୁଡିକୁ ସ୍ଥାପନ କରିବାକୁ ନିର୍ଣୟ ନିଆ ଯାଇଛି |

(i) ବ୍ୟାଙ୍କ କାଉନ୍ଟର ଗୁଡିକ ସର୍ବସାଧାରଣଙ୍କର ନୋଟ ବିନିମୟ ତଥା ସେହି ସଙ୍କ୍ରାନ୍ତରେ ଆନୁଷଙ୍ଗିକ ସେବା ପ୍ରଦାନ ପାଇଁ ଆବଶ୍ୟକ ଅନୁସାରେ ବର୍ଦ୍ଧିତ ସମୟ ପାଇଁ କାର୍ଯ୍ୟ କରିବେ |

(ii) ନୋଟ ବିନିମୟ ଜନିତ ସମସ୍ତ ପ୍ରକାର ଆବଶ୍ୟକୀୟ ସୂଚନା ପାଇଁ ବ୍ୟାଙ୍କ ଗୁଡିକ ସ୍ଵତନ୍ତ୍ର ହେଲ୍ପଲାଇନର ବ୍ୟବସ୍ତା କରିବେ | ଏହି ହେଲ୍ପଲାଇନ ବ୍ୟାଙ୍କ ଶାଖା ରେ ପ୍ରଦର୍ଶିତ ହେବା ସହ ବ୍ୟାଙ୍କ ର ୱେବସାଇଟ ରେ ଅପଲୋଡ ହେବା ଆବଶ୍ୟକ |

(iii) “ପଏଣ୍ଟ ଅଫ ସେଲ” ଟର୍ମିନାଲ ଗୁଡିକରେ ମଧ୍ୟ ପୂର୍ବ ନିର୍ଧାରିତ ସାପ୍ତାହିକ ସୀମା ମଧ୍ୟରେ ପ୍ରତି କାର୍ଡ ପାଇଁ ପ୍ରତ୍ୟହ ୨୦୦୦ ଟଙ୍କା ଉଠାଣ ପାଇଁ ଅନୁମତି ଦିଆ ଯିବ |

୪। ଆମର ନଭେମ୍ବର ୦୮, ୨୦୧୬ ର ପରିପତ୍ରର ପାରା ୩(iv) ରେ ବ୍ୟବସାୟିକ ପ୍ରତିନିଧିଙ୍କ ଜରିଆରେ ମୁଦ୍ରା ବିନିମୟ ବ୍ୟବସ୍ଥା ସମ୍ଭନ୍ଧରେ ଉଲ୍ଲେଖ ଥିବା ନିର୍ଦେଶନାମା ପରବର୍ତ୍ତୀ ସମୀକ୍ଷା ପରେ ପ୍ରତ୍ୟାହୃତ ହେବ |

୫। ଏହି ନିର୍ଦେଶ ଗୁଡିକୁ ତତ୍କାଳ ପ୍ରଭାବ ସହ କାର୍ଯ୍ୟକାରୀ କରାଯିବ |

୬। ଦୟାକରି ପ୍ରାପ୍ତି ସ୍ଵୀକାର କରିବେ |

ଆପଣଙ୍କ ବିଶ୍ଵସ୍ତ

ପି ବିଜୟ କୁମାର
ମୁଖ୍ୟ ମହା ପ୍ରବନ୍ଧକ

 
  © bþÐeþ[Ñ¯Æ eÞþSbàþ aÔÐ*¼ - jcªÆ @^ÞLÐeþ jÕeþlÞ[

1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH