ଆରବିଆଇ/୨୦୧୬-୧୭/୧୧୨
ଡିସିଏମ (ପିଏଲଜି) ସଂ. ୧୨୨୬/୧୦.୨୭.୦୦/୨୦୧୬-୧୭
ନଭେମ୍ବର ୮, ୨୦୧୬
ଅଧ୍ୟକ୍ଷ / ପରିଚାଳନା ନିର୍ଦ୍ଦେଶକ / ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରୀ ବ୍ୟାଙ୍କ /
ଘରୋଇ ବ୍ୟାଙ୍କ / ବିଦେଶୀ ବ୍ୟାଙ୍କ / ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ /
ସହରୀ ସମବାୟ ବ୍ୟାଙ୍କ / ରାଜ୍ୟ ସମବାୟ ବ୍ୟାଙ୍କ
ମହାଶୟ,
ପ୍ରଚଳିତ ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା ମୂଲ୍ୟର ବ୍ୟାଙ୍କ ନୋଟ ଉପରୁ ବୈଧ ମୁଦ୍ରା ମାନ୍ୟତା ପ୍ରତ୍ୟାହାର
ନଭେମ୍ବର ୮, ୨୦୧୬ ରେ ଭାରତ ସରକାରଙ୍କ ଦ୍ଵାରା ଜାରି ହୋଇଥିବା ଗେଜେଟ ଅଧିସୂଚନା ସଂଖ୍ୟା . ୨୬୫୨ ପ୍ରଭାବରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ଜାରି ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା ମୂଲ୍ୟବର୍ଗ ର ବ୍ୟାଙ୍କ ନୋଟ ଗୁଡିକ (ଏହା ପର ଠାରୁ ବିଶିଷ୍ଟ ବ୍ୟାଙ୍କ ନୋଟ ଜଣାଯିବ) ଅଧିସୂଚନାରେ ନିର୍ଦ୍ଦିଷ୍ଟ ଥିବା ନିୟମ ଅନୁସାରେ ନଭେମ୍ବର ୯, ୨୦୧୬ ଠାରୁ ଆଉ ବୈଧ ମୁଦ୍ରା ରୂପରେ ବ୍ୟବହୃତ ହୋଇ ପାରିବେ ନାହିଁ । ମହାତ୍ମାଗାନ୍ଧୀ (ନୂତନ) ଶୃଙ୍ଖଳାର ସାଂସ୍କୃତିକ ଐତିହ ଏବଂ ବୈଜ୍ଞାନିକ ଉପଲବ୍ଧି ପ୍ରତିପାଦନ କରୁଥିବା ଭିନ୍ନ ଆକାର ଏବଂ ସ୍ୱରୂପର ନୂତନ ବ୍ୟାଙ୍କ ନୋଟ ଜାରୀ କରାଯିବ । ଡିସେମ୍ବର ୩୦, ୨୦୧୬ ପର୍ଯ୍ୟନ୍ତ ସର୍ବସାଧାରଣ ତଥା ଅନ୍ୟ ସଂସ୍ଥା ମାନଙ୍କ ଦ୍ଵାରା ଏହି ବିଶିଷ୍ଟ ବ୍ୟାଙ୍କ ନୋଟ ଗୁଡିକର ବିନିମୟ ତଥା ଏହି ବିଶିଷ୍ଟ ବ୍ୟାଙ୍କ ନୋଟ ଗୁଡିକୁ ନିଜ ବ୍ୟାଙ୍କ ଖାତା ରେ ଜମା କରିବା ପାଇଁ ବ୍ୟାଙ୍କ ଶାଖା ମାନେ ପ୍ରମୁଖ ଏଜେଣ୍ଟ ଭାବେ କାର୍ଯ୍ୟ କରିବେ , ଅତଏବ, ବ୍ୟାଙ୍କ ମାନେ ଏହି କାର୍ଯ୍ୟଟିକୁ ସର୍ବାଧିକ ଗୁରୁତ୍ଵ ଦେବେ ।
ସର୍ବସାଧାରଣଂକ ପାଖରେ ଥିବା ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା ର ବିନିମୟ ପାଇଁ ବ୍ୟାଙ୍କ ମାନଙ୍କୁ ନିମ୍ନଲିଖିତ ବ୍ୟବସ୍ଥା ସବୁ କରିବାକୁ ହେବ :
୨. ନଭେମ୍ବର ୯, ୨୦୧୬ ରେ ସମ୍ପନ୍ନ ହେବାକୁ ଥିବା କାର୍ଯ୍ୟସୂଚୀ :
-
ସମସ୍ତ ବ୍ୟାଙ୍କ ମାନଙ୍କ ପାଇଁ ନଭେମ୍ବର ୯, ୨୦୧୬ (ବୁଧବାର) ଏକ ଅଣ-ବ୍ୟବସାୟିକ କାର୍ଯ୍ୟଦିବସ ହେବ । ତଥାପି ଏହି ପରିପତ୍ର ର ନିର୍ଦ୍ଦେଶ ଅନୁସାରେ ଯୋଜନା ଟିକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କ ମାନଙ୍କୁ ଏହିଦିନ ପ୍ରସ୍ତୁତି କାର୍ଯ୍ୟ କରିବାକୁ ହେବ ।
-
ଏଟିଏମ, ନଗଦ ଜମା ମେସିନ, ନଗଦ ରାଶି ପୁନଃ ପ୍ରଚଳନ ମେସିନ, ମୁଦ୍ରା ନିଷ୍କାସନ ଯନ୍ତ୍ର, ଅନ୍ୟ ସବୁ ନଗଦ ରାଶି ବିତରଣ /ଆହରଣ ମେସିନ ସିଆଇଟି କମ୍ପାନୀ ଏବଂ ବ୍ୟବସାୟିକ ପ୍ରତିନିଧି ମାନଙ୍କ ପାଖରେ ଗଚ୍ଛିତ ଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟ ଗୁଡିକୁ ତତ କ୍ଷଣାତ ପ୍ରତ୍ୟାହାର କରାଯିବ । ହ୍ଵାଇଟ ଲେବଲ ଏଟିଏମ ଗୁଡିକୁ ବିଶିଷ୍ଟ ବ୍ୟାଙ୍କ ନୋଟ ର ପ୍ରତ୍ୟାହାର ର ଦାୟିତ୍ଵ ସେହି ହ୍ଵାଇଟ ଲେବଲ ଏଟିଏମ ର ପ୍ରାୟୋଜକ ମାନଙ୍କ ଉପରେ ନ୍ୟସ୍ତ କରାଯାଇଛି ।
-
ନଭେମ୍ବର ୯, ୨୦୧୬ ଠାରୁ ବ୍ୟାଙ୍କ ମାନେ ସେମାନଙ୍କ ଶାଖା ଗୁଡିକରେ ତଥା ବ୍ୟବସାୟିକ ପ୍ରତିନିଧି ମାନଙ୍କ ଜରିଆରେ ବିଶିଷ୍ଟ ବ୍ୟାଙ୍କ ନୋଟ ଜାରୀ ନକରିବା ପାଇଁ ପଦକ୍ଷେପ ନେବେ ।
-
ସବୁ ଏଟିଏମ, ନଗଦ ଟଙ୍କା ଜମା ମେସିନ, ନଗଦ ଟଙ୍କାର ପୁନଃ ପ୍ରଚଳନ ମେସିନ ଏବଂ ମୁଦ୍ରା ପ୍ରାପ୍ତି / ପୈଠ କରୁଥିବା ମେସିନ ଗୁଡିକ ନଭେମ୍ବର ୯ ଏବଂ ୧୦ ତାରିଖ ୨୦୧୬ ରେ ବନ୍ଦ ରହିବ ।
-
ସବୁ ଏଟିଏମ ଏବଂ ନଗଦ ଟଙ୍କା ବିତରଣ ମେସିନ ଗୁଡିକୁ ନଭେମ୍ବର ୧୧, ୨୦୧୬ ରେ ପୁନଃ କାର୍ଯ୍ୟକ୍ଷମ କରିବା ପୂର୍ବରୁ ସେଗୁଡିକୁ କେବଳ ୧୦୦ ଟଙ୍କା ଏବଂ ୫୦ ଟଙ୍କା ବିତରଣ କରିବା ପାଇଁ ଉପଯୋଗୀ କରିବାକୁ ହେବ । ଯଦିଓ ବ୍ୟାଙ୍କ ମାନେ ନଭେମ୍ବର ୯, ୨୦୧୬ ଠାରୁ ନିଜ କାଉଣ୍ଟରରେ ମହାତ୍ମାଗାନ୍ଧୀ (ନୂତନ) ଶୃଙ୍ଖଳା ର ନୋଟ ଜାରି କରିପାରିବେ , ଏଟିଏମ ଏବଂ ଅନ୍ୟ ସବୁ ନଗଦ ଟଙ୍କା ବିତରଣ ନେସିନ ଗୁଡିକ ଦ୍ଵାରା ଏହି ନୋଟ ର ବିତରଣ ପାଇଁ ରିଜର୍ଭ ବ୍ୟାଙ୍କ ର ଭିନ୍ନ ନିର୍ଦ୍ଦେଶନାମା କୁ ଅପେକ୍ଷା କରିବାକୁ ହେବ ।
-
ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଅଧିନିୟମ ୧୯୪୯ ଦ୍ଵାରା ଚିହ୍ନିତ ପ୍ରତ୍ୟେକ ବ୍ୟାଙ୍କିଙ୍ଗ କମ୍ପାନୀ ଏବଂ ପ୍ରତିଟି ଟ୍ରେଜେରୀ ଅନୁବଂଧ -୧ ରେ ଦିଆଯାଇଥିବା ଫର୍ମରେ ବିସ୍ତୃତ ଭାବେ ନିଜ ପାଖରେ ନଭେମ୍ବର ୮, ୨୦୧୬ ର କାର୍ଯ୍ୟଦିବସ ପରିସମାପ୍ତ ସୁଦ୍ଧା ଜମା ଥିବା ବିଶିଷ୍ଟ ବ୍ୟାଙ୍କ ନୋଟ ଗୁଡିକର ପରିମାଣ ର ବିବରଣୀ ନିଜ ଅଞ୍ଚଳ ରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ର ଶାଖା ଯାହା ର ଅଧୀନରେ ସମ୍ପୃକ୍ତ ବ୍ୟାଙ୍କ ର ମୁଖ୍ୟ କାର୍ଯ୍ୟାଳୟ ନିୟନ୍ତ୍ରିତ, ସେହି କାର୍ଯ୍ୟାଳୟ ରେ ନଭେମ୍ବର ୧୦, ୨୦୧୬ ର ୧୩.୦୦ ଘଣ୍ଟା ପୂର୍ବରୁ ଦାଖଲ କରିବେ । ସେହି ବିବରଣୀ ରେ ଏଟିଏମ, ନଗଦ ଟଙ୍କା ଜମା ମେସିନ , ନଗଦ ଟଙ୍କା ପୁନଃ ପ୍ରଚଳନ ମେସିନ, ମୁଦ୍ରା ନିଷ୍କାସନ ମେସିନ, ସିଆଇଟି କମ୍ପାନୀ, ବ୍ୟବସାୟିକ ପ୍ରତିନିଧିଙ୍କ ଠାରୁ ପ୍ରତ୍ୟାହୃତ ହୋଇଥିବା ନିର୍ଦ୍ଧିଷ୍ଟ ବ୍ୟାଙ୍କ ନୋଟ ର ବିବରଣୀ ମଧ୍ୟ ଦିଆଯାଇଥିବ ।
-
ଏହି ବିଶିଷ୍ଟ ବ୍ୟାଙ୍କ ନୋଟ ଗୁଡିକୁ ସଂଯୁକ୍ତ କରେନ୍ସି ଚେଷ୍ଟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ରେ ଜମା କରିବାର ବ୍ୟବସ୍ଥା କରିବାକୁ ହେବ ଏବଂ ସମ ସଂଖ୍ୟକ ଜମା ନିଜ ଆକାଉଣ୍ଟ ରେ କରିବାକୁ ହେବ ।
-
ବ୍ୟାଙ୍କ ମାନେ ସେମାନଙ୍କର ନଗଦ ଟଙ୍କା ର ଆବଶ୍ୟକୀୟ ପରିମାଣ ଆକଳନ କରି ସେଇ ପରିମାଣ ର ଅନ୍ୟ ମୂଲ୍ୟବର୍ଗ ର ବୈଧ ବ୍ୟାଙ୍କ ନୋଟ ସଂଯୁକ୍ତ / ନିକଟସ୍ଥ କରେନ୍ସି ଚେଷ୍ଟ / ଭାରତୀୟ ରିଜର୍ଭ ବ୍ୟାଙ୍କ ରୁ ପ୍ରାପ୍ତ କରିପାରିବେ ।
-
ନଗଦ ଟଙ୍କା ଜମା ମେସିନ / ମୁଦ୍ରା ପୁନଃ ପ୍ରଚାଳନକାରୀ ମେସିନ ଡିସେମ୍ବର ୩୦, ୨୦୧୬ ପର୍ଯ୍ୟନ୍ତ ବିଶିଷ୍ଟ ବ୍ୟାଙ୍କ ନୋଟ ଗ୍ରହଣ କରିବେ ।
-
ବିଶିଷ୍ଟ ବ୍ୟାଙ୍କ ନୋଟ ଗୁଡିକରୁ ବୈଧ ମୁଦ୍ରାର ମାନ୍ୟତା ପ୍ରତ୍ୟାହାର (ଅନୁବଂଧ -୨ ଅନୁସାରେ) ଏବଂ ମହାତ୍ମାଗାନ୍ଧୀ (ନୂତନ) ଶୃଙ୍ଖଳାର ବ୍ୟାଙ୍କ ନୋଟର ବିଶିଷ୍ଟ ସ୍ୱରୂପ ସମ୍ବନ୍ଧରେ ଜନସାଧାରଣଙ୍କୁ ସୂଚନା ତଥା ସେମାନଙ୍କୁ ଶିକ୍ଷା ଦେବାପାଇଁ ବିଷୟକ ତଥ୍ୟାବଳୀ ର ମୁଦ୍ରଣ ଏବଂ ସେଗୁଡିକର ପର୍ଯ୍ୟାପ୍ତ ସଂଖ୍ୟା ରେ ପ୍ରତିଲିପି ଜନସାଧାରଣ ଙ୍କୁ ବିତରଣ କରିବା ଆବଶ୍ୟକ ତଥା ବ୍ୟାଙ୍କିଙ୍ଗ ହଲ / ଏଟିଏମ କିଓସ୍କରେ ପ୍ରଦର୍ଶିତ କରିବାକୁ ହେବ ।
-
ବିନିମୟ କାଉଣ୍ଟର ଗୁଡିକୁ ପରିଚାଳନା କରିବା ପାଇଁ ବ୍ୟାଙ୍କ ଗୁଡିକ ଷ୍ଟାଫ ମାନଙ୍କୁ ନିୟୋଜିତ କରିବେ, ଏହି ଯୋଜନା ସମ୍ବନ୍ଧରେ ସେମାନଙ୍କୁ ଉପୟୁକ୍ତ ସୂଚନା ଦେବେ ତଥା ଏହି ପ୍ରକ୍ରିୟା କିଭଳି ଭାବରେ କାର୍ଯ୍ୟକାରୀ ହେବ ସେ ସମ୍ବନ୍ଧରେ ଅନୁବନ୍ଧ -୪ ରେ ଦର୍ଶାଯାଇଥିବା ଏଫ ଏ କ୍ୟୁ (FAQ) ର ପ୍ରତିଲିପି ବିନିମୟ କାଉଣ୍ଟର ରେ କାର୍ଯ୍ୟ କରୁଥିବା ଷ୍ଟାଫ ମାନଙ୍କୁ ଯୋଗାଇ ଦେବାକୁ ହେବ ।
-
ବର୍ଦ୍ଧିତ କାର୍ଯ୍ୟ ଭାର ତଥା ଅଚଳ ନୋଟ ଗୁଡିକର ତତ୍କାଳ ପରୀକ୍ଷଣ ପାଇଁ ନିଜ କାଉଣ୍ଟର ଗୁଡିକରେ ପର୍ଯ୍ୟାପ୍ତ ସଂଖ୍ୟକ ମୁଦ୍ରା ଗଣକ ମେସିନ, ଯୁଭି ଲ୍ୟାମ୍ପ, ନୋଟ ଚୟନ ମେସିନ ଇତ୍ୟାଦି ରଖିବାକୁ ହେବ । ଆମର ଅକ୍ଟୋବର ୨୭, ୨୦୧୬ ର ପରିପତ୍ର ସଂ. ଡିସିଏସ (ଏଫଏନଭିଡି) ସଂ.୧୧୩୪/୧୬.୦୧.୦୫/୨୦୧୬-୧୭ ରେ ଆଗରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ବ୍ୟାଙ୍କିଙ୍ଗ ହଲ, ସର୍ବସାଧାରଣଂକ ପାଇଁ ଉଦ୍ଦିଷ୍ଟ ସ୍ଥାନ ଏବଂ କାଉଣ୍ଟର ଗୁଡିକ ସିସିଟିଭି ତତ୍ତ୍ଵାବଧାନ ରେ ରହିବେ ଏବଂ ସେଥିରେ ରେକର୍ଡ ହୋଇଥିବା ତଥ୍ୟ ଗୁଡିକର ସଂରକ୍ଷଣ ହେବା ଆବଶ୍ୟକ ।
୩. ନଭେମ୍ବର ୧୦, ୨୦୧୬ ରେ ହେବାକୁ ଥିବା କାର୍ଯ୍ୟସୂଚୀ
-
ନଭେମ୍ବର ୧୦, ୨୦୧୬ ରେ ବ୍ୟାଙ୍କ ଗୁଡିକ ସ୍ଵାଭାବିକ ଭାବରେ କାର୍ଯ୍ୟ ଆରମ୍ଭ କରିବେ ।
-
ବ୍ୟାଙ୍କ ଗୁଡିକ ବିଶିଷ୍ଟ ବ୍ୟାଙ୍କ ନୋଟ ର ବିନିମୟ / ଜମା ଗ୍ରହଣ କାର୍ଯ୍ୟ କୁ ପ୍ରାଥମିକତା ଦେବେ ଏବଂ ଜନସାଧାରଣ ଙ୍କ ଚାହିଦା ଅନୁଯାୟୀ ଅଧିକ ସଂଖ୍ୟକ କାଉଣ୍ଟର ଖୋଲିବାର ବ୍ୟବସ୍ଥା କରିବେ ଏବଂ ସେହି କାଉଣ୍ଟର ଗୁଡିକୁ ବର୍ଦ୍ଧିତ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଆବଶ୍ୟକ ସ୍ଥଳେ ସର୍ବାଧିକ ସଂଖ୍ୟକ ଷ୍ଟାଫ ଙ୍କୁ ଏହି ଉଦ୍ଦ୍ୟେଶ୍ୟରେ ନିଯୁକ୍ତ କରିବାକୁ ହେବ । ଏପରିକି ବ୍ୟାଙ୍କ ଗୁଡିକ ଆବଶ୍ୟକ ହେଲେ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ଅସ୍ଥାୟୀ ରୂପରେ ଏହି ଅତିରିକ୍ତ ଦାୟିତ୍ଵ ନିର୍ବାହ ପାଇଁ ନିଯୁକ୍ତ କରିପାରନ୍ତି ।
(ଗ) ନୋଟ ବିନିମୟ ସୁବିଧା ର ବ୍ୟବସ୍ଥା
ପାରା ୧ ର ଉପ ପାରା (୧) ର ସଂଦର୍ଭରେ ରେ ବ୍ୟାଂକିଂଗ କଂପାନୀ ବ୍ୟତୀତ ଅନ୍ୟ ଯେ କୌଣସି ବ୍ୟକ୍ତି ପାଖରେଥିବା ନିର୍ଦ୍ଦିଷ୍ଟ ବ୍ୟାଂକ ନୋଟ ଗୁଡିକୁ ଭାରତୀୟ ରିଜର୍ଭ ବ୍ୟାଂକ ର ଯେ କୌଣସି ନିର୍ଗମ ବିଭାଗ,ସରକାରୀ ବ୍ୟାଂକ ଗୁଡିକର ଯେ କୌଣସି ଶାଖା,ଘରୋଇ ବ୍ୟାଂକ୍,ବିଦେଶୀ ବ୍ୟାଂକ,ଆଂଚଳିକ ଗ୍ରାମ୍ୟ ବ୍ୟାଂକ ,ସହରୀ ସମବାୟ ବ୍ୟାଂକ ଏବଂ ରାଜ୍ୟ ସମବାୟ ବ୍ୟାଂକ ଠାରେ ନିମ୍ନଲିଖିତ ଶର୍ତ୍ତ ଅଧିନରେ ଡିସେମ୍ବର ୩୦,୨୦୧୬ ମଧ୍ୟରେ ବିନିମୟ ହୋଇ ପାରିବ ଯଥା:
(i) ସର୍ବମୋଟ ୪୦୦୦ ଟଂକା ବା ତାଠାରୁ କମ ମୂଲ୍ୟ ର ବିଶିଷ୍ଟ ବ୍ୟାଂକ ନୋଟ ଗୁଡିକ ରିଜର୍ଭ ବ୍ୟାଂକ ନିର୍ଦ୍ଦେଶିତ ଆବେଦନ ପତ୍ର ଏବଂ ଏକ ପରିଚୟ ପତ୍ର ଦ୍ୱାରା ଯେ କୌଣସିମୂଲ୍ୟ ବର୍ଗର ବୈଧ ମୁଦ୍ରା ସହ ବିନିମୟ ହୋଇ ପାରିବ ; ଏହି ଅଧିସୂଚନା କାର୍ଯକାରୀ ହେବାର ପଂଦର ଦିନପରେ ବିଶିଷ୍ଟ ବ୍ୟାଂକ ନୋଟ ର ବିନିମୟ ସୀମା ରସମୀକ୍ଷା କରାଯିବ ଏବଂ ଆବଶ୍ୟକ ହେଲେ ଉପଯୁକ୍ତ ଆଦେଶ ଜାରି କରାଯିବ।
(ii) ଜଣେ ବ୍ୟକ୍ତିର ବ୍ୟାଂକରେ ଥିବା ନିଜ ଖାତାରେ ଜମା କାରାଯାଉଥିବା ବିଶିଷ୍ଟ ବ୍ୟାଂକ ନୋଟର ସଂଖ୍ୟା ବା ମୂଲ୍ୟ ପାଇଁ କୌଣସି ସୀମା ନାହିଁ ;କିଂତୁ ଯେଉଁ କ୍ଷେତ୍ରରେ “ଆପଣଂକ ଗ୍ରାହକ କୁ ଜାଣଂତୁ” (KYC) ପ୍ରକ୍ରିୟା ର ସମ୍ପୁର୍ଣ୍ଣ ଅନୁପାଳନ ହୋଇ ନାହିଁ, ସେଠାରେ ଏହି ବିଶିଷ୍ଟ ବ୍ୟାଂକ ନୋଟର ବିନିମୟ ସୀମା ୫୦,୦୦୦ ଟଂକା ମଧ୍ୟରେ ହେବ ।
(iii) ଜମାକର୍ତ୍ତାଂକର ଯେ କୌଣସି ବ୍ୟାଂକ ରେ ଥିବା ଖାତାରେ ଜମା ହୋଇଥିବା ବିଶିଷ୍ଟ ବ୍ୟାଂକନୋଟ ଗୁଡିକର ସମ ମୂଲ୍ୟ ର ପରିମାଣ ଏକ ବୈଧ ପ୍ରମାଣପତ୍ର ଦାଖଲ ଦ୍ୱାରା ସାଧାରଣ ବ୍ୟାଂକିଂଗ ପ୍ରକ୍ରିୟାରେ ଜମା ହୋଇ ପାରିବ ।
(iv) ଯେ କୌଣସି ତୃତୀୟ ପକ୍ଷଂକ ଜମାଖାତା ରେ ମଧ୍ୟ ବିଶିଷ୍ଟ ବ୍ୟାଂକନୋଟ ଗୁଡିକର ସମମୂଲ୍ୟ ର ପରିମାଣ ଜମା ହୋଇ ପାରିବ,ଯଦି ପ୍ରକୃତ ଜମାକାର୍ତ୍ତାଂକର ପରିଚଯ ପତ୍ର ବ୍ୟାଂକରେ ଦାଖଲ କରାହୋଇ ଥିବ ତଥା ବିଧିବତ ଭାବରେ ବ୍ୟାଂକିଂଗ ନିୟମ ଅନୁଯାୟୀ ସେହି ତୃତୀୟ ପକ୍ଷ ଦ୍ୱାରା ଅଧିକାରପତ୍ର (ଅନୁବଂଧ -୫ ଅନୁଯାୟୀ) ପ୍ରଦତ୍ତ ହୋଇଥିବ ।
(v) କାଉଁଟର ରୁ ପ୍ରତ୍ୟେକ ଦିନ ଟଂକା ଉଠାଣର ସୀମା ୧୦,୦୦୦ ଟଂକା ହେବ ଏବଂ ଏହି ନିର୍ଦେଶନାମା ର ତାରିଖଠାରୁ ନଭେମ୍ବର ୨୪, ୨୦୧୬ ର କାର୍ଯ୍ୟ ସମାପ୍ତି ସମୟ ପର୍ଯ୍ୟଂତ ଏହି ଉଠାଣର ସାପ୍ତାହିକ ସୀମା ୨୦,୦୦୦/- ଟଂକା ରହିବ ।
(vi) ଅଣ-ନଗଦ ରାଶି ର ନେଣଦେଣ ଯଥା ଚେକ୍,ଡିମାଂଡ ଡ୍ରାଫ୍ଟ ,କ୍ରେଦିଟ ବା ଡେବିଟ କାର୍ଡ,ମୋବାଇଲ ୱାଲେଟ ଏବଂ ଇଲେକ୍ଟ୍ରୋନିକ ଅର୍ଥ ଅଂତରଣ ବ୍ୟବସ୍ଥା ଏବଂ ସେହିପରି ଅନ୍ୟ ମାଧ୍ୟମ ଜରିଆରେ ହେଉଥିବା ନେଣ ଦେଣ ଉପରେ କୌଣସି ପ୍ରତିବଂଧକ ରଖା ଯାଇ ନାହିଁ ।
(vii) ଅଟୋମେଟେଡ ଟେଲର ମେସିନ ((ଏହା ପରଠାରୁ ATM ଭାବରେ ପରିଚିତ ହେବ) ରୁ ଟଂକା ଉଠାଣ ନଭେମ୍ବର ୧୮, ୨୦୧୬ ପର୍ଯ୍ୟଂତ ପ୍ତତ୍ୟହ କାର୍ଡ ପିଛା ୨୦୦୦ ଟଂକା ମଧ୍ୟରେ ସିମିତ ରହିବ ଏବଂ ନଭେମ୍ବର ୧୯,୨୦୧୬ ଠାରୁ ଏହି ସୀମା ୪୦୦୦/- ଟଂକା କୁ ବର୍ଦ୍ଧିତ ହେବ।
(viii) ଯଦି କୌଣସି ବ୍ୟକ୍ତି ଡିସେମ୍ବର ୩୦,୨୦୧୬ ମଧ୍ୟରେ ଏହି ବିଶିଷ୍ଟ ବ୍ୟାଂକ ନୋଟ ଗୁଡିକୁ ବିନିମୟ ବା ଜମା କରିବାରେ ଅସଫଳ ହୁଅଂତି, ତେବେ ପରବର୍ତ୍ତୀ ତାରିଖ ନିର୍ଦ୍ଦିଷ୍ଟ ହେବା ପର୍ଯ୍ୟଂତ ତାଂକୁ ରିଜର୍ଭ ବ୍ୟାଂକ ର ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟ ରେ ଜମା କରିବାପାଇଁ ବା ସେହି ସଂକ୍ରାଂତୀୟ ଅନ୍ୟ କାର୍ଯ୍ୟ ପାଇଁ ଅନୁମତି ଦିଆ ଯିବ ।
(ix) ବ୍ୟାଂକ ଶାଖା ମାନଂକ ପରି ବ୍ୟବସାୟିକ ପ୍ରତିନିଧି ମାନେ ମଧ୍ୟ ବୈଧ ପରିଚୟ ପତ୍ର ଏବଂ ଆବେଦନ ପତ୍ର ଜମାକରି ପ୍ରତି ବ୍ୟକ୍ତି ପାଇଁ ସର୍ବାଧିକ ୪୦୦୦ ଟଂକା ପର୍ଯ୍ୟଂତ ବିଶିଷ୍ଟ ବ୍ୟାଂକନୋଟ ଗୁଡିକର ବିନିମୟ କରିପାରିବେ ।ଏହି ଉଦ୍ଦେଶ୍ୟରେ ବ୍ୟାଂକ ମାନେ ଚାଂହିଁ ଲେ ନିଜ ବିବେକାଧୀନ ଶକ୍ତି ପ୍ରୟୋଗ କରି ଅଂତତଃ ଡିସେମ୍ବର ୩୦,୨୦୧୬ ପର୍ଯ୍ୟଂତ ଏହି ବ୍ୟବସାୟୀକ ପ୍ରତିନିଧି ମାନଂକର ନଗଦ ରାଶି ପାଖରେ ରଖିବାର ସୀମା ବଢାଇ ପାରିବେ ।
(x) ଜନ ଧନ ଯୋଜନା ଅଂତର୍ଗତ ଖାତା ଗୁଡିକରେ ବିଶିଷ୍ଟ ବ୍ୟାଂକନୋଟ ଗୁଡିକର ମୂଲ୍ୟ ଜମା କରିବା ସମୟରେ ଏହି ଖାତାର ସ୍ୱାଭାବିକ ସୀମା ପୂର୍ବବତ ଅପରିବର୍ତ୍ତିତ ରହିବ ।
୪. ରିପୋର୍ଟିଂଗ ବ୍ୟବସ୍ଥା
୫୦୦ ଟଂକା ଏବଂ ୧୦୦୦ ଟଂକା ବିନିମୟ କରୁଥିବା ପ୍ରତ୍ୟେକ ବ୍ୟାଂକ ଶାଖା ନଭେମ୍ବର୧୦,୨୦୧୬ ଠାରୁ ପ୍ରତ୍ୟେକ ଦିନ କାର୍ଯ୍ୟ ସମାପ୍ତି ସମୟ ପରେ ଡିସେମ୍ବର ୩୦,୨୦୧୬ରେ ଏହି ଯୋଜନାର ସମାପ୍ତି ପର୍ଯ୍ୟଂତ(ଅଥବା ଭରତୀୟ ରିଜର୍ଭ ବ୍ୟାଂକ ଦ୍ୱାରା ଅନ୍ୟ କୌଣସି ତାରିଖ ର ଘୋଷଣା ପର୍ଯ୍ୟଂତ) ଇ- ମେଲ ବା ଫ୍ୟାକ୍ସ ଦ୍ୱାରା ସେମାନଂକ ନିୟଂତ୍ରକ କାର୍ଯ୍ୟାଳୟ କୁ ଅନୁବଂଧ -୬ ରେ ଦି ଆ ଯାଇଥିବା ବିବରଣୀ ଅନୁସାରେ ସେମାନଂକ ଦ୍ୱାରା ବିନିମୟ ହୋଇ ଥିବା ବିଶିଷ୍ଟ ବ୍ୟାଂକନୋଟ ଗୁଡିକର ବିସ୍ତୃତ ଭାବରେ ଜଣାଇବେ ଏବଂ ସମ୍ପୃକ୍ତ ନିୟଂତ୍ରକ କାର୍ଯ୍ୟାଳୟ ମାନେ ସେଗୁଡିକୁ ଏକତ୍ରିତ କରି ଅନୁବଂଧ ୬ କ ଅନୁସାରେ ପ୍ରତ୍ୟେକ ଦିନ ରିଜର୍ଭ ବ୍ୟାଂକ ର କେଂଦ୍ରୀୟ କାର୍ଯ୍ୟାଳୟ ସ୍ଥିତ ମୁଦ୍ରା ପ୍ରବଂଧ ବିଭାଗକୁ ଇ-ମେଲ ଦ୍ୱାରା ଜଣାଇବେ।
୫. ବ୍ୟାଂକ ମାନେ ସେମାନଂକ ଶାଖାମାନଂକୁ ଉପରୋକ୍ତ ଯୋଜନା ର ନିୟମ ଏବଂ ପ୍ରକ୍ରିୟା ସମ୍ବଂଧରେ ବିସ୍ତୃତଭାବରେ ଅନୁଦେଶ ଜାରିକରିବା ସହ ସେଗୁଡିକର କଠୋର ଅନୁପାଳନ ସୁନିଶ୍ଚିତ କରିବେ । ବ୍ୟାଂକ ଶାଖାର ଷ୍ଟାଫମାନଂକୁ,ବିଶେଷ କରି ଟେଲର ମାନଂକୁ ଏହି ସମ୍ବଂଧରେ ପର୍ଯ୍ୟାପ୍ତ ମାତ୍ରା ରେ ସଚେତନ କରିବାକୁହେବ ।ଏହି ଉଦ୍ଦେଶ୍ୟରେ ଆମର ୱେବ ସାଇଟ (www.rbi.org.in) ଏବଂ ଭାରତ ସରକାରଂକର ୱେବସାଇଟ ରେ ଉପଲବ୍ଧ ସୂଚନା ଗୁଡିକୁ ଧ୍ୟାନ ଦେବାକୁ ହେବ।
୬ .ବ୍ୟାଂକ ମାନେ ସୂଚନା ପୁସ୍ତିକା (ଅନୁବଂଧ-୨, ଅନୁବଂଧ-୩, ଏବଂ ଅନୁବଂଧ -୪ ରେ ଉପଲବ୍ଧ) ଗୁଡିକୁ ଅଧିକ ସଂଖ୍ୟା ରେ ଛପାଇ ସର୍ବସାଧାରଣଂକୁ ବାଂଟିବେ ।
୭. ବ୍ୟାଂକ ମାନେ ବ୍ୟବସାୟିକ ପ୍ରତିନଧି ମାନଂକୁ,ଏଟିଏମ ସ୍ୱିଚ ପରିଚାଳକ ମାନଂକୁ ତଥା ସିଆଇଟି କମ୍ପାନୀ ମାନଂକୁ ଏହି ଯୋଜନାର ଆବଶ୍ୟକୀୟ ତଥ୍ୟ ଗୁଡିକ ସମଂଧରେ ଅନୁଦେଶ ଜାରି କରିବେ।
୮.ବ୍ୟାଂକ ମାନେ ଅତି କମ ରେ ଏକ ମହା ପ୍ରବଂଧକଂକ ନେତୃତ୍ୱ ରେ, ଏକ ପର୍ଯ୍ୟବେକ୍ଷଣ କକ୍ଷ ସ୍ଥାପନ କରି ପ୍ରତ୍ୟେକ ଦିନ ଏହି ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ କରିବେ ଯିଏ ନୋଡାଲ ଅଧିକାରୀ ରୂପରେ କାର୍ଯ୍ୟ କରିବେ। ଏହି ନୋଡାଲ ଅଧିକାରୀଂକ ସଂପର୍କ ଠିକଣା ଭାରତୀୟ ରିଜର୍ଭ ବ୍ୟାଂକର ଆଂଚଳିକ କାର୍ଯ୍ୟାଳୟ କୁ ଜଣାଇବେ ଏବଂ ଏହାର ଏକ ପ୍ରତିଲିପି ଭାରତୀୟ ରିଜର୍ଭ ବ୍ୟାଂକର ମୁମ୍ବାଇ ସ୍ଥିତ କେଂଦ୍ରୀୟ କର୍ଯ୍ୟାଳୟ କୁ ନିମ୍ନରେ ଦି ଆଯାଇଥିବା ଇ-ମେଲ ଦ୍ୱାରା ଜଣାଇବେ ।
୯. ଭାରତୀୟ ରିଜର୍ଭ ବ୍ୟାଂକ ଏହି ଯୋଜନାରପ୍ରଗତି ଏବଂ ଜନସଧାରଣଂକ ଅବଗତି ନିମଂତେ ଏହାର କେଂଦ୍ରୀୟ କାର୍ଯ୍ୟାଳୟ ଠାରେ ଏକ ନିୟଂତ୍ରଣ କକ୍ଷ ର ସ୍ଥାପନା କରିଛି । ଏହି ନିୟଂତ୍ରଣ କକ୍ଷ ର ଇ-ମେଲ ଏବଂ ଦୁରଭାଷ ସଂଖ୍ୟା ନିମ୍ନରେ ଦିଆଯାଇଛି:
ଇ-ମେଲ ଆଇଡି.
ଦୁରଭାଷ : 022 22602804 /022 22602944
୧୦. ଦୟା କରି ପ୍ରାପ୍ତି ସ୍ୱୀକାର କରଂତୁ ।
ଆପଣଂକର ବିଶ୍ୱସ୍ଥ
(ପି ବିଜୟ କୁମାର)
ମୁଖ୍ୟ ମହା ପ୍ରବଂଧକ
ସଂଲଗ୍ନକ: ଯଥୋପରି |