Download
the Odia
font
 
   Ac `eÞþQ¯Æ     D`ÒdÐNÑ jËQ_Р    jÐ^ÐeþZ `õhïÐafÑ     A\ÙL hÞlР    @bÞþÒdÐN   @_ÔÐ_Ô jÕÒdÐN 
`õ\c `óº¤Ð >> @^ÞjËQ_Ð - Display
Note : To obtain an aligned printout please download the (96.00 kb ) version to your machine and then use respective software to print the story.
Date: 08/11/2016
ଏଟିଏମ - ପୁରୁଣା ଉଚ୍ଚ ମୂଲ୍ୟ ବର୍ଗ ର ନୋଟ ଗୁଡିକର ବିତରଣ ସମାପ୍ତି- କାର୍ଯ୍ୟ ସଂଚାଳନ ବନ୍ଦ କରିବା

ଆରବିଆଇ/୨୦୧୬-୧୭/୧୧୧
ଡ଼ିପିଏସଏସ ସିଓ ପିଡ଼ି ସଂ./୦୨.୧୦.୦୦୨/୨୦୧୬-୧୭

ନଭେମ୍ବର ୮, ୨୦୧୬

ଚେୟାରମ୍ୟାନ ଏବଂ ପରିଚାଳନା ନିର୍ଦେଶକ / ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,
ସମସ୍ତ ତାଲିକାଭୁକ୍ତ ବାଣିଜ୍ୟିକ ବ୍ୟାଙ୍କ ସମେତ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ / ସହରୀ ସମବାୟ ବ୍ୟାଙ୍କ ଗୁଡିକ / ରାଜ୍ୟ ସମବାୟ ବ୍ୟାଙ୍କ
ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ/ ସମୂହ ଅଧିକୃତ ଏଟିଏମ ନେଟୱର୍କ ପରିଚାଳକ ମାନେ/ ସମୂହ କାର୍ଡ ପେମେନ୍ଟ ପରିଚାଳକ ମାନେ/
ହ୍ଵାଇଟ ଲେବେଲ ଏଟିଏମ ପରିଚାଳକ ମାନେ

ମହାଶୟା/ମହାଶୟ

ଏଟିଏମ - ପୁରୁଣା ଉଚ୍ଚ ମୂଲ୍ୟ ବର୍ଗ ର ନୋଟ ଗୁଡିକର ବିତରଣ ସମାପ୍ତି- କାର୍ଯ୍ୟ ସଂଚାଳନ ବନ୍ଦ କରିବା

ନଭେମ୍ବର ୮, ୨୦୧୬ ମଧ୍ୟ ରାତ୍ରି ରୁ ତୁରନ୍ତ ପ୍ରଭାବ ସହିତ ବର୍ତ୍ତମାନ ଏବଂ ପୂର୍ବ ପ୍ରଚଳିତ ୫୦୦ ଟଙ୍କିଆ ଏବଂ ୧୦୦୦ ଟଙ୍କିଆ ନୋଟ ଗୁଡିକର ବୈଧ ମୁଦ୍ରା ମାନ୍ୟତା ଭାରତ ସରକାର ପ୍ରତ୍ୟାହୃତ କରିଛନ୍ତି | ଫଳସ୍ୱରୂପ ନଭେମ୍ବର ୮, ୨୦୧୬ ମଧ୍ୟରାତ୍ରି ରୁ ଏଟିଏମ ଗୁଡିକରୁ ପୁରୁଣା ଅଧିକ ମୂଲ୍ୟ ନୋଟ ଗୁଡିକର(ଓଏଚଡି) ବିତରଣ କାର୍ଯ୍ୟ ବନ୍ଦ କରାଯିବ|

୨. ଏହି ସେବା ଯୋଗାଇ ଦେବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ନଭେମ୍ବର ୯, ୨୦୧୬ ତାରିଖ ଦିନ ସମସ୍ତ ସରକାରୀ/ବେସରକାରୀ/ବିଦେଶୀ ବ୍ୟାଙ୍କ ଗୁଡିକ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ସହରୀ ସମବାୟ ବ୍ୟାଙ୍କ ଓ ରାଜ୍ୟ ସମବାୟ ବ୍ୟାଙ୍କ ଗୁଡିକ ବନ୍ଦ ରଖିବାକୁ ପରାମର୍ଶ ଦିଆ ଯାଇଛି |

୩. ଉପରୋକ୍ତ ଅଧିସୂଚନା ଅନୁଯାୟୀ ଏହା ସ୍ଥିର କରା ଯାଇଛି ଯେ ସମସ୍ତ ଏଟିଏମ ଗୁଡିକର କାର୍ଯ୍ୟ ନଭେମ୍ବର ୮, ୨୦୧୬ ମଧ୍ୟ ରାତ୍ରି ରୁ ବନ୍ଦ ରହିବ, ଯେପରିକି ସେଗୁଡିକ ପ୍ରଚଳନ ବନ୍ଦ ହୋଇ ଥିବା ପୁରୁଣା ବଡ ମୂଲ୍ୟ ବିଶିଷ୍ଟ ନୋଟ ର ବିତରଣ କରି ନ ପାରିବେ | ନଭେମ୍ବର ୧୧, ୨୦୧୬ ଠାରୁ ଏଟିଏମ ଗୁଡିକ ପୁନଃ କାର୍ଯ୍ୟ କରିବା ଆରମ୍ଭ କରିବ ଏବଂ କେବଳ ୫୦ ଟଙ୍କା ଓ ଶହେ ଟଙ୍କା ନୋଟ ବିତରଣ କରିବ

୪. ଏହି ପ୍ରକ୍ରିୟା କୁ ଆରମ୍ଭ କରିବା ପାଇଁ ବ୍ୟାଙ୍କ ଓ ଏଟିଏମ ସୁଇଚ ଗୁଡିକ ଉଭୟ “ଅନ-ଅସ” “ଅଫ-ଅସ” ନେଣଦେଣ ପାଇଁ ତୁରନ୍ତ ଉଛି ପଦକ୍ଷେପ ନିଅନ୍ତୁ |

୫. ପୁନଃ ଗ୍ରାହକ ମାନଙ୍କ ର ସୁବିଧା ସୁନିଶ୍ଚିତ କରିବା ପାଇଁ ବ୍ୟାଙ୍କ ମାନଙ୍କୁ ସୂଚନା ଦିଆ ଯାଉଛି ଯେ ଡିସେମ୍ବର ୩୦, ୨୦୧୬ ପର୍ଯ୍ୟନ୍ତ ନିଜ ଏଟିଏମ ରୁ ବିନା ମୂଲ୍ୟ ରେ ଟଙ୍କା ଉଠାଣ ପ୍ରକ୍ରିୟା କୁ ଘ୍ରାହକ ମାନଙ୍କ ପାଇଁ ନିଃଶୁଳ୍କ କରିବେ | ଏହା ମଧ୍ୟ ସ୍ଥିର କରା ଯାଇଛି ଯେ ନଭେମ୍ବର ୧୮, ୨୦୧୬ ପର୍ଯ୍ୟନ୍ତ ବ୍ୟାଙ୍କ ଏହାର ସମସ୍ତ ଗ୍ରାହକ ମାନଙ୍କ ପାଇଁ ପ୍ରତି କାର୍ଡରେ ପ୍ରତିଦିନ ୨୦୦୦ ଟଙ୍କାର ନକଦ ଉଠାଣ ସୀମା ଧାର୍ଯ୍ୟ କରିବେ |

୬. ଏହି ନିର୍ଦେଶନାମା ପେମେନ୍ଟ ଓ ସେଟଲମେନ୍ଟ ଅଧିନିୟମ ୨୦୦୭ (୨୦୦୭ ର ଅଧିନିୟମ ୫୧) ର ଧାରା ୧୦(୨) ଏବଂ ଧାରା ୧୮ ଅନୁସାରେ ଜାରି କରା ଯାଉଛି |

ଆପଣଙ୍କ ବିଶ୍ଵସ୍ତ

(ନନ୍ଦା ଏସ. ଦାଭେ)
ମୁଖ୍ୟ ମହା ପ୍ରବନ୍ଧକ


 
  © bþÐeþ[Ñ¯Æ eÞþSbàþ aÔÐ*¼ - jcªÆ @^ÞLÐeþ jÕeþlÞ[

1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH