ଆରବିଆଇ/୨୦୧୬-୧୭ /୩୭
ଏଫଆଇଡିଡି. ସିଓ. ପ୍ଲାନ . ବିସି. ୧୦/୦୪.୦୯.୦୧ /୨୦୧୬-୧୭
ଅଗଷ୍ଟ ୧୧ ,୨୦୧୬
ଅଧ୍ୟକ୍ଷ/ ପରିଚାଳନା ନିର୍ଦେଶକ /ମୁଖ୍ୟ କାର୍ଯ ନିର୍ବାହୀ ଅଧିକାରୀ
ସମସ୍ତ ଅନୁସୂଚୀତ ବାଣିଜ୍ୟିକ ବ୍ୟାଙ୍କ (ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ବ୍ୟତୀତ)
ପ୍ରିୟ ମହାଶୟ/ ମହାଶୟା
ଫ୍ୟାକ୍ଟରିଂ ନେଣଦେଣକୁ ଅଗ୍ରାଧିକାର ପ୍ରାପ୍ତ କ୍ଷେତ୍ର ଋଣର ମାନ୍ୟତା ପ୍ରଦାନ
ଦୟାକରି ଅଗ୍ରାଧିକାର ପ୍ରାପ୍ତ କ୍ଷେତ୍ର ଋଣ (ପିଏସଏଲ) ନିମନ୍ତେ ଉଦ୍ଦିଷ୍ଟ ଜୁଲାଇ ୦୭ , ୨୦୧୬ ର ମାଷ୍ଟର ନିର୍ଦେଶନାମା ଏଫଆଇଡିଡି. ସିଓ. ପ୍ଲାନ.୧ /୦୪.୦୯.୦୧/ ୨୦୧୬-୧୭ ଏବଂ ବାଣିଜ୍ୟ ପ୍ରାପ୍ୟ ରିହାତି ବ୍ୟବସ୍ଥା (TReDS) ର ସ୍ଥାପନା ଏବଂ ପରିଚାଳନା ଉପରେ ଡିସେମ୍ବର ୦୩ , ୨୦୧୪ ରେ ଜାରି ମାର୍ଗଦର୍ଶିକା ଦେଖନ୍ତୁ।
କ୍ଷୁଦ୍ର, ଲଘୁ, ମଧ୍ୟମ ଉଦ୍ଦ୍ୟୋଗ କ୍ଷେତ୍ରକୁ ନଗଦ ପୁଞ୍ଜି ସହାୟତା ବୃଦ୍ଧି ଉଦ୍ଦେଶ୍ୟରେ ଏହି ନିର୍ଣ୍ଣୟ ନିଆଯାଇଛି ଯେ ବ୍ୟାଙ୍କ ମାନେ ବିଭାଗ ମାନଙ୍କ ଦ୍ୱାରା ଫ୍ୟାକ୍ଟରିଂ ବ୍ୟବସାୟ କରୁଥିବେ, “ଦାୟୀତ୍ୱ ସହିତ” ହେଉଥିବା ସିହି ଫ୍ୟାକ୍ଟରିଂ ନେଣଦେଣକୁ ଅଗ୍ରାଧିକାର ପ୍ରାପ୍ତ କ୍ଷେତ୍ର ରୁପେ ବର୍ଗିକରଣ ପାଇଁ ଯୋଗ୍ୟ ବିବେଚିତ କରାଯିବ।
ଜୁଲାଇ ୭, ୨୦୧୬ ରେ ଅଗ୍ରାଧିକାର ପ୍ରାପ୍ତ କ୍ଷେତ୍ର ଋଣ ଉପରେ ଜାରି ମାଷ୍ଟର ନିର୍ଦେଶନାମାର ଅଧ୍ୟାୟ ୩ ର ଅନୁଚ୍ଛେଦ ଅନୁସାରେ ବ୍ୟାଙ୍କ ମାନେ ରିପୋର୍ଟିଂ ତାରିଖରେ କ୍ଷୁଦ୍ର, ଲଘୁ, ମଧ୍ୟମ ଉଦ୍ଦ୍ୟୋଗ ବର୍ଗ ଅଧିନରେ ଥିବା ସେମାନଙ୍କର ବକେୟା ଫ୍ୟାକ୍ଟରିଂ ପୋର୍ଟଫୋଲିଓ ଗୁଡିକର ବର୍ଗିକରଣ କରିପାରିବେ ଯେଉଁଥିରେ ଫ୍ୟାକ୍ଟରିଂ ନେଣଦେଣର ହସ୍ତାନ୍ତରକର୍ତ୍ତା (assignor), ଏକ କ୍ଷୁଦ୍ର, ଲଘୁ, ମଧ୍ୟମ ଉଦ୍ଦ୍ୟୋଗ ହୋଇଥିବ ଏବଂ ଯିଏ ଅଗ୍ରାଧିକାର ପ୍ରାପ୍ତ କ୍ଷେତ୍ରର ପ୍ରଚଳିତ ମାର୍ଗଦର୍ଶିକା ଅଧିନସ୍ଥ ଏବଂ ପ୍ଲାଣ୍ଟ ଓ ଯାନ୍ତ୍ରିକ ଉପକରଣ ନିମନ୍ତେ ପୁଞ୍ଜି ନିବେଶ ଅନୁରୁପ ସୀମା ମଧ୍ୟରେ ରହିଥିବ।
ଏହି ସମ୍ବନ୍ଧରେ ଏହା ଆଉଥରେ ଜଣାଇ ଦିଆଯାଉଛି ଯେ ବ୍ୟାଙ୍କ ମାନଙ୍କର ଫ୍ୟାକ୍ଟରିଂ ସେବା ବ୍ୟବସ୍ଥା ଏବଂ ଏହାର ସମୀକ୍ଷା ଉପରେ ଜାରି ଜୁଲାଇ ୩୦, ୨୦୧୫ ର ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ବିଭାଗର ପରିପତ୍ର ଡିବିଆର ସଂ. ଏଫଏସଡି.ବିସି. ୩୨ /୨୪.୦୧.୦୦୭ /୨୦୧୫-୧୬-୧ ର ଅନୁଚ୍ଛେଦ ୯ ର ନିର୍ଦ୍ଦେଶ ଏବଂ ଅନ୍ୟାନ୍ୟ ବିଷୟର ଆଲୋଚନା ଅନୁସାରେ ବିତ୍ତପୋଷଣର ପୁନରାବୃତ୍ତି/ ପୁନର୍ଗଣନ ରୋକିବା ପାଇଁ ବ୍ୟାଙ୍କ ମାନେ ଋଣଗ୍ରହୀତା ମାନଙ୍କ ଠାରୁ ଫ୍ୟାକ୍ଟରିଂ ଅନ୍ତର୍ଗତ ପ୍ରାପ୍ୟ ଗୁଡିକ ସମ୍ବନ୍ଧରେ ଆବଧିକ ପ୍ରମାଣପତ୍ର ପ୍ରାପ୍ତ କରିପାରିବେ।
ଆପଣଙ୍କର ବିଶ୍ୱସ୍ତ
(ଏ. ଉଦଗାତା)
ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ |