Download
the Odia
font
 
   Ac `eÞþQ¯Æ     D`ÒdÐNÑ jËQ_Р    jÐ^ÐeþZ `õhïÐafÑ     A\ÙL hÞlР    @bÞþÒdÐN   @_ÔÐ_Ô jÕÒdÐN 
`õ\c `óº¤Ð >> @^ÞjËQ_Ð - Display
Note : To obtain an aligned printout please download the (285.00 kb ) version to your machine and then use respective software to print the story.
Date: 04/11/2015
Sovereign Gold Bonds, 2015-16 - Operational Guidelines

ଆର.ବି.ଆଇ /2015-16 / 222
ଆଇ.ଡି.ଏମ୍.ଡି. ସି.ଡି.ଡି. କ୍ରମ ସଂ.968/14.04.050/2015-16

ଭାରତୀୟ ରିଜର୍ଭ ବ୍ୟାଙ୍କ
ନଭେମ୍ୱର ୪,୨୦୧୫

ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ
ସମସ୍ତ ଅଧିସୂଚୀତ ବାଣିଜ୍ୟିକ ବ୍ୟାଙ୍କ (ଆର.ଆର.ବି.କୁ ବାଦ ଦେଇ)

ମହାଶୟ / ମହାଶୟା

ସୋଭରେନ ସ୍ୱର୍ଣ୍ଣ ବଣ୍ଡସ୍ ୨୦୧୫-୧୬ କର୍ମ ସଂପାଦନା ମାର୍ଗଦର୍ଶିକା

ଏହା ଭାରତ ସରକାରଙ୍କ ଅଧିସୂଚନା ଏଫ ନଂ. ୪(୧୯) – ଡବଲ୍ୟୁ ଆଣ୍ଡ ଏମ / ୨୦୧୪ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ତା ୩୦ ଅକ୍ଟୋବର ୨୦୧୫ରିଖ ର ସୋଭରେନ ସ୍ୱର୍ଣ୍ଣ ବଣ୍ଡସ୍ ବିଷୟରେ ପ୍ରକାଶିତ ପରିପତ୍ର ଆଇ.ଡି.ଏମ୍.ଡି. ସି.ଡି.ଡି. ନଂ ୯୩୯/୧୪.୦୪.୦୫୦/୨୦୧୫-୧୬ ପ୍ରସଙ୍ଗରେ)

ଏଥି ସଂପର୍କରେ ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ ଆମ ୱେବ ସାଇଟ (www.rbi.org.in) ରେ ସ୍ଥାନିତ ହୋଇଅଛି। ଏହି ଯୋଜନାର କର୍ମ ସଂପାଦନ ମାର୍ଗଦର୍ଶିକା ନିମ୍ନରେ ଦିଆଯାଇଅଛି।

୧. ଦରଖାସ୍ତ :

ନିବେଶକାରୀମାନଙ୍କ ଠାରୁ ଆବେଦନ ଫର୍ମ ସ୍ୱାଭାବିକ ବ୍ୟାଙ୍କିଙ୍ଗ ନିର୍ଘଣ୍ଟରେ ନଭେମ୍ୱର ୫ ରୁ ୨୦,୨୦୧୫ ମଧ୍ୟରେ ଶାଖା ମାନଙ୍କରେ ଗ୍ରହଣ କରାଯିବ। ଆବଶ୍ୟକ ସ୍ଥଳେ ଆବେଦନକାରୀମାନଙ୍କ ଠାରୁ ଅତିରିକ୍ତ ବିସ୍ତୃତ ବିବରଣୀ ଗ୍ରହଣ କରାଯିବ। ଆବେଦନ ସବୁ ଦିଗରୁ ସମ୍ପୂର୍ଣ୍ଣ ବୋଲି ଗ୍ରହଣକାରୀ କାର୍ଯ୍ୟାଳୟ ନିଶ୍ଚିତ କରିବେ।

୨. ଯୁଗ୍ମ ଧାରଣ ଓ ମନୋନୟନ :

ବହୁବିଧ ଯୁଗ୍ମ ଧାରକ ଓ ମନୋନୀତ (ପ୍ରଥମ ଧାରକଙ୍କର) ବ୍ୟକ୍ତିମାନେ ଅନୁମତି ପ୍ରାପ୍ତ। ପ୍ରଚଳିତ କାର୍ଯ୍ୟ ପନ୍ଥାରେ ଆବଶ୍ୟକୀୟ ବିବରଣୀ ଆବେଦନକାରୀ ମାନଙ୍କ ଠାରୁ ଗ୍ରହଣ କରାଯିବ।

୩. ଦରଖାସ୍ତ ଅର୍ଥ ଉପରେ ସୁଧ :

ପ୍ରଚଳିତ ସେଭିଂ ବ୍ୟାଙ୍କ ହାରରେ ପ୍ରାପ୍ୟ ଗ୍ରହଣ ଦିନଠାରୁ ମୀମାଂଶିତ ତାରିଖ ଯଥା : ଯେଉଁ ସମୟରେ ସେମାନେ ପାଣ୍ଠିରୁ ବଞ୍ଚିତ, ସୁଧ ପାଇବେ। ଯେଉଁ କ୍ଷେତ୍ରରେ, ଗ୍ରହଣକାରୀ ବ୍ୟାଙ୍କରେ ଆବେଦନକାରୀଙ୍କ ଜମା ଖାତା ନଥିବ, ଇଲେକଟ୍ରୋନିକ୍ ନିଧି ଅନ୍ତରଣ ଦ୍ୱାରା ଆବେଦନକାରୀଙ୍କ ଦ୍ୱାରା ପ୍ରଦତ୍ତ ଜମାଖାତା ଜମା କରାଯିବ।

୪. ରଦ୍ଦୀକରଣ :

ଗ୍ରହଣ ସମାପ୍ତି ପର୍ଯ୍ୟନ୍ତ ଯଥା – ନଭେମ୍ୱର ୨୦,୨୦୧୫ ପର୍ଯ୍ୟନ୍ତ ଆବେଦନ ରଦ୍ଦ କରାଯାଇପାରିବ। ସ୍ୱର୍ଣ୍ଣ ବଣ୍ଡ କ୍ରୟ ନିମନ୍ତେ ଦାଖଲ ଅନୁରୋଧର ଆଂଶିକ ରଦ୍ଦୀକରଣ ପାଇଁ ଅନୁମତି ନାହିଁ। ଯଦି ଆବେଦନ ରଦ୍ଦ ହୁଏ, ଆବେଦନ ଅର୍ଥ ଉପରେ ସୁଧ ଦିଆଯିବ ନାହିଁ।

୫. ଧାରଣାଧିକାରୀ ଚିହ୍ନଟ :

ଯେହେତୁ ବଣ୍ଡଗୁଡ଼ିକ ସରକରୀ ପ୍ରତିଭୂତି ଅଟନ୍ତି, ଧାରଣକାରୀ ଚିହ୍ନଟ ସରକାରୀ ପ୍ରତିଭୂତି ଅଧିନିୟମ ୨୦୦୬ ଏବଂ ତାହା ଅଧିନରେ ପ୍ରଣୀତ ନିୟମ ଏବଂ ପ୍ରଚଳିତ ବୈଧିକ ବ୍ୟବସ୍ଥା ଅନୁସାରେ ହେବ।

୬. ଏଜେନସୀ ବ୍ୟବସ୍ଥା:

ଅଧିସୂଚୀତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ସେମାନଙ୍କ ପକ୍ଷରୁ ଆବେଦନ ଫର୍ମ ଗ୍ରହଣ କରିବା ନିମନ୍ତେ ଏନ୍.ବି.ଏଫ୍.ସି, ଏନ୍.ଏସ୍.ସି. ଏଜେଣ୍ଟ ଓ ଅନ୍ୟମାନଙ୍କୁ ନିୟୋଜିତ କରିପାରନ୍ତି। ବ୍ୟାଙ୍କଗୁଡ଼ିକ ଏହି ସଂସ୍ଥାଗୁଡ଼ିକ ସହିତ ସଂଯୋଗ ସ୍ଥାପନା କରିପାରନ୍ତି।

୭. ଆର୍.ବି.ଆଇର ଇ-କୁବେର ବ୍ୟବସ୍ଥା ଦ୍ୱାରା ପ୍ରକ୍ରିୟାକରଣ :

ଆର୍.ବି.ଆଇର ଇ-କୁବେର ଦ୍ୱାରା ନିଯୁକ୍ତି ପ୍ରାପ୍ତ ଡାକ-କାର୍ଯ୍ୟାଳୟ ଏବଂ ଅଧିସୂଚୀତ ବାଣିଜ୍ୟିକ ବ୍ୟାଙ୍କର ଶାଖାଗୁଡ଼ିକରେ ଗ୍ରାହକ ଦେୟ ଦ୍ୱାରା ସୋଭରେନ୍‌ ସ୍ୱର୍ଣ୍ଣ ବଣ୍ଡ ଉପଲବ୍ଧ ହେବ। ଇ-କୁବେର ବ୍ୟବସ୍ଥା ଇଣ୍ଟରନେଟ୍‌ କିମ୍ବା ଇନଫିନେଟ୍‌ ଦ୍ୱାରା ସୁଗମ୍ୟ କରାଯାଇପାରିବ। ଗ୍ରହଣକର୍ତ୍ତା କାର୍ଯ୍ୟାଳୟମାନେ ସେମାନଙ୍କ ଦ୍ୱାରା ଗୃହୀତ ଗ୍ରାହକ ପ୍ରାପ୍ୟ ତଥ୍ୟ ପ୍ରବେଶ କରାଇ କିମ୍ୱା ବହୁ ପରିମାଣର ଏକକାଳୀନ ଅପ୍‌ଲୋଡ଼୍‌ କରିବା ଆବଶ୍ୟକ। ଆବେଦନ ଗ୍ରହଣର ଏକ ତୁରନ୍ତ ପ୍ରାପ୍ତି ପତ୍ର ଯୋଗାଇ ଦିଆଯିବ। ଅଧିକନ୍ତୁ ଗ୍ରହଣକାରୀ କାର୍ଯ୍ୟାଳୟଗୁଡ଼ିକ ସେମାନଙ୍କ ଡାଟାବେସ୍ (ତଥ୍ୟ ଆଧାରକୁ) ସଦ୍ୟତମ କରିବା ନିମନ୍ତେ ଅପଲୋଡ୍ଗୁଡିକର ପ୍ରାପ୍ତିକରଣ ତାଲିକା ଯୋଗାଇ ଦିଆଯିବା ଆବଶ୍ୟକ । ବଣ୍ଟନ ତାରିଖ ଯଥା, ନଭେମ୍ୱର ୨୬,୨୦୧୫ରେ ହୋଲଡିଂ ପ୍ରମାଣପତ୍ର ସମସ୍ତ ଅଂଶଦାନଗୁଡିକ ନିମନ୍ତେ ସୃଷ୍ଟି କରାଯିବ। ଗ୍ରହଣକାରୀ କାର୍ଯ୍ୟାଳୟ ସେଗୁଡ଼ିକୁ ବାହାର କରି ମୁଦ୍ରଣ ଲିପି ନେଇପାରିବେ। ଯେଉଁ ଜମାକାରୀ ସେମାନଙ୍କର ଇ-ମେଲ୍ ଠିକଣା ଦେଇଥିବେ ହୋଲଡିଂ ପ୍ରମାଣପତ୍ର ସେମାନଙ୍କୁ ଇ-ମେଲ୍‌ରେ ପଠାଇ ଦିଆଯିବ। ଯେଉଁ ଜମାକାରୀମାନେ ସେମାନଙ୍କର ଡି-ମ୍ୟାଟ୍ ଜମାଖାତାର ବିବରଣୀ ଦେଇଥିବେ, ବଣ୍ଟନ ତାରିଖରେ ସେମାନଙ୍କର ଡି-ମ୍ୟାଟ୍ ଜମାରେ ପ୍ରତିଭୂତ ଦାଖଲ ହୋଇଯିବ।

୮. ହୋଲଡିଂ ପ୍ରମାଣପତ୍ର ଛାପା :

ଏ-୪= ଆକାର ୧୦୦ ଜିଏସ୍‌ଏମ୍‌ କାଗଜରେ ହୋଲଡିଂ ପ୍ରମାଣପତ୍ର ରଙ୍ଗୀନ ମୁଦ୍ରଣ ହେବା ଦରକାର।

୯. ସେବା ଓ ଅନୁବର୍ତ୍ତୀ କାର୍ଯ୍ୟ :

ଗ୍ରହଣକାରୀ କାର୍ଯ୍ୟାଳୟ ଯଥା ଅଧିସୂଚୀତ ବାଣିଜ୍ୟିକ ବ୍ୟାଙ୍କ ଓ ନିଯୁକ୍ତି ପ୍ରାପ୍ତ ଡାକ-କାର୍ଯ୍ୟାଳୟ ଗୁଡ଼ିକ ଗ୍ରାହକମାନଙ୍କୁ ସ୍ୱକୀୟ ବୋଲି ଗ୍ରହଣ କରିବେ, ଏହି ବଣ୍ଡ ସମ୍ପର୍କିତ ଯଥା, ସଦ୍ୟତମ ଯୋଗାଯୋଗ ବିବରଣ, ପରିପକ୍ୱତା ପୂର୍ବରୁ ଟଙ୍କା ଉଠାଇବା ନିମନ୍ତେ ଅନୁରୋଧ ଗ୍ରହଣ ପାଇଁ ଆବଶ୍ୟକ ସେବା, ଇତ୍ୟାଦି ଯୋଗାଇଦେବେ। ଗ୍ରହଣକାରୀ କାର୍ଯ୍ୟାଳୟଗୁଡ଼ିକ ବଣ୍ଡ୍ ଗୁଡ଼ିକର ପୂର୍ଣ୍ଣ ବିକାଶ ଏବଂ ପୁନଃ ପୈଠ ହେବା ପର୍ଯ୍ୟନ୍ତ ଆବେଦନଗୁଡ଼ିକୁ ସଂରକ୍ଷିତ ରଖିବା ଆବଶ୍ୟକ।

୧୦. ଯୋଗାଯୋଗ ବିବରଣ :

କୌଣସି ପ୍ରଶ୍ନ / ସ୍ପଷ୍ଟୀକରଣ ଇ-ମେଲ୍ ଯୋଗେ ନିମ୍ନକୁ ପଠାଯାଇପାରେ।

(କ) ସୋଭରେନ ସ୍ୱର୍ଣ୍ଣ ବଣ୍ଡ୍ ସମ୍ପର୍କିତ ଇ-ମେଲ୍।

(ଖ) ସୂଚନା- ବୈଷୟିକ ସମ୍ପର୍କିତ ଇ-ମେଲ୍।

ଆପଣଙ୍କ ବିଶ୍ୱସ୍ତ

(ରାଜେନ୍ଦ୍ର କୁମାର)
ମହାପ୍ରବନ୍ଧକ

 
  © bþÐeþ[Ñ¯Æ eÞþSbàþ aÔÐ*¼ - jcªÆ @^ÞLÐeþ jÕeþlÞ[

1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH