Download
the Odia
font
 
   Ac `eÞþQ¯Æ     D`ÒdÐNÑ jËQ_Р    jÐ^ÐeþZ `õhïÐafÑ     A\ÙL hÞlР    @bÞþÒdÐN   @_ÔÐ_Ô jÕÒdÐN 
`õ\c `óº¤Ð >> @^ÞjËQ_Ð - Display
Note : To obtain an aligned printout please download the (123.00 kb ) version to your machine and then use respective software to print the story.
Date: 24/11/2015
ସୋଭରେନ୍ ସ୍ୱର୍ଣ୍ଣ ବଣ୍ଡସ – ୨୦୧୫-୧୬

ଭାରତୀୟ ରିଜର୍ଭ ବ୍ୟାଙ୍କ
ନଭେମ୍ୱର ୨୪,୨୦୧୫

ଆର.ବି.ଆଇ/୨୦୧୫-୧୬/୨୪୫
ଆଇଡିଏମଡି.ସି.ଡିଡି. ସଂଖ୍ୟା.୧୧୫୭/୧୪.୦୪.୦୫୦/୨୦୧୫-୧୬

ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ
ସମସ୍ତ ଅଧିସୂଚିତ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକ
(ଆର.ଆର.ବି. ଗୁଡ଼ିକ ବାଦ ଦେଇ)

ମହାଶୟ / ମହାଶୟା

ସୋଭରେନ୍ ସ୍ୱର୍ଣ୍ଣ ବଣ୍ଡସ – ୨୦୧୫-୧୬

ସୋଭରେନ ସ୍ୱର୍ଣ୍ଣ ବଣ୍ଡସ ଯୋଜନା ଉପରେ, ପରିପତ୍ର ଆଇଡିଏମ୍‌ଡି. ସିଡିଡି. ସଂଖା. ୯୩୯/୧୪.୦୪.୦୫୦/୨୦୧୫-୧୬ ଦିନାଙ୍କ ଅକ୍ଟୋବର ୩୦,୨୦୧୫ ପ୍ରସଙ୍ଗକୁ ଆମନ୍ତ୍ରଣ କରୁଅଛୁ।

2. ନଭେମ୍ୱର ୨୬, ୨୦୧୫ ରୁ ନଭେମ୍ୱର ୩୦,୨୦୧୫କୁ ସୋଭେରେନ୍‌ ସ୍ୱର୍ଣ୍ଣ ବଣ୍ଡ ପ୍ରଚଳନ ତାରିଖ ଘୁଞ୍ଚାଇ ଦିଆଯିବା ପାଇଁ ସ୍ଥିର ହୋଇଅଛି। ଏହି ବିଷୟରେ ଦଯାକରି ଆମ୍ଭର ପରିପତ୍ର ଆଇଡିଏମ୍‌ଡି. ସିଡିଡି. ସଂଖା. ୯୬୮/୧୪.୦୪.୦୫୦/୨୦୧୫-୧୬ ଦିନାଙ୍କ ନଭେମ୍ୱର ୪,୨୦୧୫ ମାଧ୍ୟମରେ ଜାରି କରାଯାଇଥିବା କାର୍ଯ୍ୟକାରିଣୀ ମାର୍ଗଦର୍ଶିକାଗୁଡ଼ିକୁ ଅନୁଧ୍ୟାନ କରନ୍ତୁ। ଏଥିରେ କୁହାଯାଇଥିଲା ଯେ, ଦରଖାସ୍ତକାରୀ ମାନଙ୍କଠାରୁ ପ୍ରାପ୍ୟ ମିଳିଯିବା ତାରିଖ ଠାରୁ ଚୁକ୍ତିବଦ୍ଧ ହେବା ତାରିଖ (ଅର୍ଥାତ୍‌, ସେମାନେ ପାଣ୍ଠି ରହିତ ହେବା ଅବଧି) ପର୍ଯ୍ୟନ୍ତ, ସେମାନଙ୍କୁ ପ୍ରଚଳିତ ସଞ୍ଚୟ ବ୍ୟାଙ୍କ ସୁଧ ହାରରେ ସୁଧ ଦିଆଯିବ। ଚୁକ୍ତିବଦ୍ଧ ହେବାର ତାରିଖ, ନଭେମ୍ୱର ୩୦,୨୦୧୫ ଘୁଞ୍ଚିଯିବା ହେତୁ, ଦେୟପ୍ରାପ୍ତି ହେବା ତାରିଖ ଠାରୁ ନୂଆ ଚୁକ୍ତିବଦ୍ଧ ହେବା ତାରିଖ (ନଭେମ୍ୱର ୩୦,୨୦୧୫) ପର୍ଯ୍ୟନ୍ତ ପ୍ରଚଳିତ ସଞ୍ଚୟ ବ୍ୟାଙ୍କ ସୁଧହାରରେ ସୁଧ ପ୍ରଦାନ କରାଯିବ।

3. ଉପରୋକ୍ତ ପରିପତ୍ରର ଅନ୍ୟ ନିବନ୍ଧନ ଓ ସର୍ତ୍ତ ଅପରିବର୍ତ୍ତିତ ରହିବ।

ଆପଣଙ୍କ ବିଶ୍ୱସ୍ତ,

(ପି.କେ. ପତି)
ମହାପ୍ରବନ୍ଧକ

 
  © bþÐeþ[Ñ¯Æ eÞþSbàþ aÔÐ*¼ - jcªÆ @^ÞLÐeþ jÕeþlÞ[

1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH