Download
the Odia
font
 
   Ac `eÞþQ¯Æ     D`ÒdÐNÑ jËQ_Р    jÐ^ÐeþZ `õhïÐafÑ     A\ÙL hÞlР    @bÞþÒdÐN   @_ÔÐ_Ô jÕÒdÐN 
 aÔÐ*Þ¼=ç¼
 `õQfÞ[ c‡]öÐ
 ÒaßÒ]hÞL c‡]öÐ
 jeþLÐeþÑ `õ[ÞbËþ[Þ aSÐeþ
 @Z-aÔÐ*¼ aÞrþÑ¯Æ jÕyÐ_
 `eÞþÒhÐ^ `õZÐfÑ
`õ\c `óº¤Ð >> jÐ^ÐeþZ `õhïÐafÑ - Display
Note : To obtain an aligned printout please download the (463.00 kb ) version to your machine and then use respective software to print the story.
Date: 02/09/2016
‘ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ’ ନିର୍ଦ୍ଦେଶାବଳୀ

‘ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ’ ନିର୍ଦ୍ଦେଶାବଳୀ

ପ୍ରଶ୍ନ ୧. ‘କେୱାଇସି’ କଣ ? ଏହା କାହିଁ କି ଆବଶ୍ୟକ ?

ଉତ୍ତର. ‘କେୱାଇସି’ର ଅର୍ଥ ‘ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ’ । ଏହା ଏକ ପ୍ରକ୍ରିୟା ଯାହା ଦ୍ୱାରା ବ୍ୟାଙ୍କ ଗ୍ରାହକମାନଙ୍କଠାରୁ ସେମାନଙ୍କ ପରିଚୟ ଏବଂ ଠିକଣା ପ୍ରାପ୍ତ କରିଥାଏ । ଏହି ପ୍ରକ୍ରିୟା ମଧ୍ୟ ବ୍ୟାଙ୍କ ସେବାର ଦୁରୁପଯୋଗ ନ ହେବାକୁ ସୁନିଶ୍ଚିତ କରିଥାଏ। ଖାତା ଖୋଲିବା ସମୟରେ ହିଁ ବ୍ୟାଙ୍କ ଗୁଡିକ ଦ୍ୱାରା ଏହି ‘କେୱାଇସି’ ପ୍ରକ୍ରିୟା ସମ୍ପାଦନ କରାଯିବ । ବ୍ୟାଙ୍କ ଗୁଡିକ ସେମାନଙ୍କ ଗ୍ରାହକ ମାନଙ୍କ କେୱାଇସି ସମ୍ବନ୍ଧିତ ତଥ୍ୟକୁ ସମୟାନୁକ୍ରମେ ଅଦ୍ୟତନ ମଧ୍ୟ କରିବେ ।

ପ୍ରଶ୍ନ ୨. ବ୍ୟାଙ୍କ ଖାତା ଖୋଲିବା ପାଇଁ ‘କେୱାଇସି’ ର ଆବଶ୍ୟକ ପ୍ରକ୍ରିଯା ଗୁଡିକ କ’ଣ ?

ଉତ୍ତର. ବ୍ୟାଙ୍କ ଖାତା ଖୋଲାବା ପାଇଁ ଜଣେ ବ୍ୟକ୍ତିଙ୍କୁ ପରିଚୟ ପତ୍ର ଏବଂ ଠିକଣା ପ୍ରମାଣପତ୍ର ସହ ସଦ୍ୟତମ ଫଟୋ ଟିଏ ଜମା କରିବାକୁ ପଡିବ।

ପ୍ରଶ୍ନ ୩.କେଉଁ କେଉଁ ଦସ୍ତାବିଜ ପରିଚୟ ପ୍ରମାଣପତ୍ର ଏବଂ ଠିକଣା ପ୍ରମାଣପତ୍ର ରୂପେ ଦିଆଯାଇ ପାରିବ ?

ଉତ୍ତର. ଭାରତ ସରକାରଙ୍କ ଅଧିସୂଚନା କ୍ରମେ ଛଅ ଗୋଟି ଦସ୍ତାବିଜକୁ “ସରକାରୀ ବୈଧ ଦସ୍ତାବିଜ” ରୂପେ ଅନୁମୋଦିତ କରାଯାଇଛି ଯେଉଁଗୁଡିକ ବ୍ୟକ୍ତିର ‘ପରିଚୟ ପ୍ରମାଣପତ୍ର’ ଭାବେ ବ୍ୟବହୃତ ହୋଇପାରିବ। ସେହି ଛଅ ଗୋଟି ଦସ୍ତାବିଜ ହେଲା ‘ପାସପୋର୍ଟ’, ‘ଡ୍ରାଇଭିଂ ଲାଇସେନ୍ସ’, ‘ଭୋଟର ପରିଚୟ ପତ୍ର’, ‘ପ୍ୟାନ କାର୍ଡ’, ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏ) ଦ୍ୱାରା ଜାରୀ କରାଯାଇଥିବା ‘ଆଧାର କାର୍ଡ’ ଏବଂ ‘ନରେଗା ଜବ୍ କାର୍ଡ ’। ଏହି ଦସ୍ତାବିଜ ଗୁଡିକ ମଧ୍ୟରୁ ଯେ କୌଣସି ଗୋଟିଏକୁ ପରିଚୟ ପ୍ରମାଣପତ୍ର ରୂପେ ଦେଇ ପାରିବେ। ଯଦି ଏହି ଦସ୍ତାବିଜରେ ଆପଣଙ୍କ ଠିକଣା ସମ୍ବନ୍ଧରେ ଉଲ୍ଲେଖ ଥିବ, ଏହା ଠିକଣା ପ୍ରମାଣପତ୍ର ରୂପେ ମଧ୍ୟ ଗ୍ରହଣୀୟ ହୋଇପାରିବ। ଆପଣଙ୍କ ଦ୍ୱାରା ଦିଆଯାଇଥିବା ଏହି ପରିଚୟ ପ୍ରମାଣପତ୍ରରେ ଠିକଣା ବିଷୟରେ ଉଲ୍ଲେଖ ନ ଥିଲେ ଆପଣଙ୍କୁ ଆଉ ଗୋଟିଏ “ସରକାରୀ ବୈଧ ଦସ୍ତାବିଜ” ଜମା କରିବାକୁ ପଡିବ ଯେଉଁଥିରେ ଠିକଣାର ଉଲ୍ଲେଖ ଥିବ।

ପ୍ରଶ୍ନ ୪. ଯଦି ଉପରଲିଖିତ ଦସ୍ତାବିଜ ଗୁଡିକ ମଧ୍ୟରୁ ମୋର ପରିଚୟ ପ୍ରମାଣପତ୍ର ଦେଖାଇବା ପାଇଁ କିଛି ବି ନ ଥାଏ, ତଥାପି ମୁଁ ବ୍ୟାଙ୍କ ଖାତା ଖୋଲିପାରିବି କି ?

ଉତ୍ତର. ତଥାପି ଆପଣ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ଟିପ ଚିହ୍ନ /ଦସ୍ତଖତ ସହ ସଦ୍ୟତମ ଫଟୋ ଜମାକରି ‘କ୍ଷୁଦ୍ରଖାତା’ ନାମରେ ଏକ ବ୍ୟାଙ୍କ ଖାତା ଖୋଲିପାରିବେ।

ପ୍ରଶ୍ନ ୫. ଏହି ‘କ୍ଷୁଦ୍ରଖାତା’ ଏବଂ ଅନ୍ୟ ଖାତା ମଧ୍ୟରେ କିଛି ଅନ୍ତର ଅଛି କି ?

ଉତ୍ତର. ହଁ, ‘କ୍ଷୁଦ୍ରଖାତା’ ର ବ୍ୟବହାର ସୀମିତ, ଯେଉଁଗୁଡିକ ନିମ୍ନରେ ଦିଆଯାଇଛି :

  • ଏହି ଖାତାରେ କୌଣସି ସମୟରେ ଜମାରାଶି ୫୦୦୦୦/- ଟଙ୍କାରୁ ଉର୍ଦ୍ଧ ହେବ ନାହିଁ ।

  • ଗୋଟିଏ ବର୍ଷରେ ସମୁଦାୟ ଜମା ୧ ଲକ୍ଷରୁ ଅଧିକ ହେବ ନାହିଁ ।

  • ଗୋଟିଏ ମାସରେ ସମୁଦାୟ ଉଠାଣ କିମ୍ବା ଅନ୍ତରଣ ୧୦୦୦୦/- ଟଙ୍କାରୁ ଅଧିକ ହେବ ନାହିଁ।

  • ଏହି ଖାତାରେ ବିଦେଶୀ ବିପ୍ରେଷଣ ରାଶି ଜମା ହୋଇପାରିବ ନାହିଁ ।

ଏହି ଖାତା ଗୁଡିକ ପ୍ରଥମେ ୧୨ ମାସ ପାଇଁ ପରିଚାଳିତ ହୋଇପାରିବ ଏବଂ ତା ପରେ ଯଦି ଖାତା ଧାରୀ ଏହି ୧୨ ମାସ ମଧ୍ୟରେ ଯେ କୌଣସି ସରକାରୀ ବୈଧ ଦସ୍ତାବିଜ ଲାଭ କରିବା ପାଇଁ କରିଥିବା ଦରଖାସ୍ତ ସମ୍ବନ୍ଧରେ ପ୍ରମାଣ ପ୍ରସ୍ତୁତ କରନ୍ତି, ଏହା ଆଉ ୧୨ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇପାରିବ ।

ପ୍ରଶ୍ନ ୬ . ଯଦି ମୋ ପାଖରେ କୌଣସି ‘ସରକାରୀ ବୈଧ ଦସ୍ତାବିଜ’ ନ ଥାଏ ତେବେ କ’ଣ ମୁଁ ଏକ ସାମାନ୍ୟ ଖାତା ଖୋଲିପାରିବି ଯାହା ‘କ୍ଷୁଦ୍ରଖାତା’ ପରି ସୀମିତ ହୋଇ ନ ଥିବ ?

ଉତ୍ତର : ପରିଚୟ ପ୍ରମାଣ ରୂପରେ ନିମ୍ନଲିଖିତ ଦସ୍ତାବିଜ ମଧ୍ୟରୁ ଯେ କୌଣସି ଏକ ପ୍ରତିଲିପି ପ୍ରସ୍ତୁତ କରି ଏକ ସାମାନ୍ୟ ଖାତା ଖୋଲାଯାଇ ପାରିବ ।

i. କେନ୍ଦ୍ର/ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ବିଭାଗ, ସାମ୍ବିଧାନିକ/ନିୟାମକ ସଂସ୍ଥା, ସାର୍ବଜନିକ କ୍ଷେତ୍ରର ଉପକ୍ରମ, ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଏବଂ ଏକ ସାର୍ବଜନିକ ବିତ୍ତୀୟ ସଂସ୍ଥା ଦ୍ଵାରା ଜାରି କରାଯାଇଥିବା ପରିଚୟ ପତ୍ର ଯେଉଁଥିରେ ଫଟୋ ସଂଲଗ୍ନ ଥିବ ,

କିମ୍ବା

ii. ରାଜପତ୍ରିତ ଅଧିକାରୀଙ୍କ ଦ୍ଵାରା ଜାରି କରାଯାଉଥିବା ପତ୍ର ଯେଉଁଥିରେ ଫଟୋ ଅଭିପ୍ରମାଣିତ କରାଯାଇଥିବ।

ଠିକଣା ପ୍ରମାଣ ପତ୍ର ପାଇଁ ଆପଣଙ୍କୁ ନିମ୍ନଲିଖିତ ଦସ୍ତାବିଜ ଜମା କରିବାକୁ ପଡିବ :

  1. ଯେ କୌଣସି ସେବା ସମ୍ବନ୍ଧିତ ବିଲ ଯଥା ବିଜୁଳି ବିଲ, ଦୁରଭାଷ ବିଲ, ପୋଷ୍ଟ ପେଡ ମୋବାଇଲ ବିଲ, ପାଣି ବିଲ, ଗ୍ୟାସ ବିଲ ଯାହା ୨ ମାସରୁ ଅଧିକ ପୁରୁଣା ହୋଇନଥିବ।

  2. ସମ୍ପତ୍ତି/ପୌର ରସିଦ

  3. ବ୍ୟାଙ୍କ/ଡାକଘର ସଞ୍ଚୟ ଖାତାର ବିବରଣୀ

  4. ସରକାରୀ ବିଭାଗ/ ସାର୍ବଜନିକ କ୍ଷେତ୍ରରେ ଥିବା ଉପକ୍ରମ ଦ୍ଵାରା ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ପାଇଁ ଠିକଣା ଉଲ୍ଲେଖ ଥିବା ଅବସର ଭତ୍ତା ପ୍ରଦାନ ଆଦେଶ ପତ୍ର

  5. କେନ୍ଦ୍ର/ରାଜ୍ୟ ସରକାରୀ ବିଭାଗ/ସାମ୍ବିଧିକ/ବିନିୟାମକ ସଂସ୍ଥା/ସାର୍ବଜନିକ ଉପକ୍ରମ/ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ/ ସାର୍ବଜନିକ ବିତ୍ତୀୟ ସଂସ୍ଥା ଏବଂ ସୂଚୀବଦ୍ଧ କମ୍ପାନୀ ଦ୍ଵାରା ନିଜ କର୍ମଚାରୀଙ୍କ ପାଇଁ ଜାରି କରାଯାଉଥିବା ଆବଣ୍ଟନ/ଆବାସ ପତ୍ର। ସେହିପରି ସରକାରୀ ବାସଗୃହ ଆବଣ୍ଟିତ ହୋଇଥିବା କର୍ମଚାରୀର ଛୁଟି ଏବଂ ଲାଇସେନ୍ସ ଚୁକ୍ତିପତ୍ର ଏବଂ

  6. ବିଦେଶୀ କ୍ଷେତ୍ରାଧିକାର ଅନ୍ତର୍ଗତ ସରକାରୀ ବିଭାଗ ଜାରି କରିଥିବା ଦସ୍ତାବିଜ ଅଥବା ବିଦେଶୀ ଦୂତାବାସ/ମିଶନ ଦ୍ଵାରା ଜାରି କରାଯାଉଥିବା ପତ୍ର

ତଥାପି ଏହା ସାଧାରଣ ନିୟମ ନୁହେଁ ଏବଂ ଯେକୌଣସି ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଏହି ସରଳୀକୃତ ପ୍ରକ୍ରିୟା ଲାଗୁ କରିବାର ନିର୍ଣ୍ଣୟ ବ୍ୟାଙ୍କର ନିଜସ୍ୱ ନିଷ୍ପତ୍ତି ଉପରେ ନିର୍ଭର କରେ।

ପ୍ରଶ୍ନ ୭. ଯଦି ମୋ ନାମ ପରିବର୍ତ୍ତନ ହୋଇଯାଇଛି ଅବା ମୋ ନାମରେ କୌଣସି ସରକାରୀ ବୈଧ ଦସ୍ତାବିଜ ନାହିଁ ତାହାହେଲେ ମୁଁ କେମିତି ଖାତା ଖୋଲିପାରିବି ?

ଉତ୍ତର : ଯେଉଁମାନେ ବିବାହ କିମ୍ବା ଅନ୍ୟ କୌଣସି କାରଣ ବଶତଃ ନିଜ ନାମ ପରିବର୍ତ୍ତନ କରିଥିବେ ଖାତା ଖୋଲିବା ସମୟରେ ପୁରୁଣା ନାମରେ ଥିବା ସରକାରୀ ବୈଧ ଦସ୍ତାବିଜ ର ପ୍ରତିଲିପି ସହ ରାଜ୍ୟ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ବିବାହ ପ୍ରମାଣ ପତ୍ର କିମ୍ବା ନାମ ପରିବର୍ତ୍ତନ ଦର୍ଶାଇଥିବା ରାଜପତ୍ରିତ ଅଧିସୂଚନା ପ୍ରସ୍ତୁତ କରିପାରିବେ।

ପ୍ରଶ୍ନ ୮. କ’ଣ ବ୍ୟାଙ୍କ ଗୁଡିକ ନିଜ ଗ୍ରାହକ ମାନଙ୍କୁ ଆପଦ ଆଶଙ୍କା ମୂଲ୍ୟାଙ୍କନ ଆଧାରରେ ବର୍ଗୀକରଣ କରିବାର ଆବଶ୍ୟକତା ଅଛି ?

ଉତ୍ତର : ହଁ, ବ୍ୟାଙ୍କ ଗୁଡିକୁ ‘ଏଏମଏଲ‘ ଆପଦ ଆଶଙ୍କା ମୂଲ୍ୟାଙ୍କନ ଆଧାରରେ ‘କମ’ ‘ମଧ୍ୟମ’ ଏବଂ ‘ଅଧିକ’ ଆଶଙ୍କା ଶ୍ରେଣୀରେ ନିଜ ଗ୍ରାହକ ମାନଙ୍କୁ ବର୍ଗୀକରଣ କରିବା ଉଚିତ।

ପ୍ରଶ୍ନ. ୯.ବ୍ୟାଙ୍କଗୁଡିକ ଗ୍ରାହକମାନଙ୍କୁ ବିଭିନ୍ନ ଶ୍ରେଣୀର ଆପଦ ଆଶଙ୍କା ବିଷୟରେ ଅବଗତ କରାନ୍ତି ?

ଉତ୍ତର. ନାଁ

ପ୍ରଶ୍ନ. ୧୦. ଯଦି ମୁଁ ମୋ ବ୍ୟାଙ୍କକୁ ଖାତା ଖୋଲିବା ପାଇଁ ଦରକାରୀ KYC ଡକ୍ୟୁମେଣ୍ଟ ଜମା କରିବାକୁ ମନା କରେ, ତେବେ ଏହାର ଫଳାଫଳ କ’ଣ ହେବ?

ଉତ୍ତର. ଯଦି ଆପଣ ଦରକାରୀ KYC ଡକ୍ୟୁମେଣ୍ଟ ଜମା ନ କର , ତେବେ ବ୍ୟାଙ୍କ ଆପଣଙ୍କ ଖାତା ଖୋଲିବା ପାଇଁ ଅସମର୍ଥ ହେବ।

ପ୍ରଶ୍ନ.୧୧ .କେବଳ ଆଧାର କାର୍ଡ଼ ଦ୍ୱାରା ମୁଁ କ’ଣ କଣ ବ୍ୟାଙ୍କ ଖାତା ଖୋଲିପାରିବି ?

ଉତ୍ତର. ହଁ, ଆଧାର କାର୍ଡ ଉଭୟ ପରିଚୟ ପତ୍ର ଏବଂ ଠିକଣା ପତ୍ରର ପ୍ରମାଣ ପାଇଁ ଗ୍ରହଣୀୟ ।

ପ୍ରଶ୍ମ.୧୨.ଗୋଟିଏ ବ୍ୟାଙ୍କ ଖାତା ଖୋଲିବା ପାଇଁ ଆଧାର କାର୍ଡ଼ ପ୍ରଦାନ କରିବା କଣ ବାଧ୍ୟତାମୂଳକ ?

ଉତ୍ତର.ନାଁ, ବ୍ୟାଙ୍କ ଖାତା ଖୋଲିବା ପାଇଁ ଆଧାର କାର୍ଡ଼ କିମ୍ବା ଅନ୍ୟ ଯେ କୌଣସି ପାଞ୍ଚଟା ପ୍ରମାଣପତ୍ର ଗୁଡିକ ମଧ୍ୟରୁ ଗୋଟିଏ ଦେଇପାରିବେ।

ପ୍ରଶ୍ନ. ୧୩. ଇ -କେୱାଇସି କେମିତି କାମ କରେ ?

ଉତ୍ତର. ଇ-କେୱାଇସି କେବଳ ଆଧାର ନମ୍ବର ଧାରକଙ୍କର କରାଯାଇପାରିବ। ଇ-କେୱାଇସି ବ୍ୟବହାର କରୁଥିବା ସମୟରେ ଆପଣଙ୍କୁ ଆପଣଙ୍କର ପରିଚୟ ଠିକଣା ବାୟୋମେଟ୍ରିକ ପ୍ରମାଣ ଦ୍ୱାରା ବ୍ୟାଙ୍କ ଶାଖାଗୁଡିକୁ ବିଜିନେସ କରେସ୍ପଣ୍ଡେଣ୍ଟ (BC) ଙ୍କୁ ପ୍ରଦାନ କରିବା ପାଇଁ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ(UIDAI) କୁ ସ୍ପଷ୍ଟ ଅନୁମୋଦନ ଦେବାକୁ ହେବ। ଏହାପରେ ଇଲେକଟ୍ରୋନିକ ମାଧ୍ୟମରେ ଆପଣଙ୍କର ଆବଶ୍ୟକ ତଥ୍ୟ ଯଥା ଆପଣଙ୍କ ନାମ, ବୟସ, ଲିଙ୍ଗ ଓ ଫଟୋ ବ୍ୟାଙ୍କକୁ ପଠା ଯିବ। ଏହି ପଦ୍ଧତି ଦ୍ୱାରା ଇ-କେୱାଇସି ପ୍ରକ୍ରିୟାରେ ଦିଆଯାଇଥିବା ତଥ୍ୟ PML ନୀତିଗୁଡିକ ଅଧିନରେ ସରକାରୀ ବୈଧ ଦସ୍ତାବିଜ ପରି ଉପଯୋଗ କରିବାକୁ ଏବଂ ଏହାକୁ କେୱାଇସି ପ୍ରମାଣନର ଏକ ଯଥାର୍ଥ ପ୍ରକ୍ରିୟା ଭାବରେ ଅନୁମୋଦନ ଦିଆଯାଇଛି ।

ପ୍ରଶ୍ନ. ୧୪. ବ୍ୟାଙ୍କ ଖାତା ଖୋଲିବା ସମୟରେ ପରିଚୟ (Introduction) କରାଇ ଦେବା ଜରୁରୀ କି?

ଉତ୍ତର.ନା, ପରିଚୟ କରାଇ ଦେବାର ଆବଶ୍ୟକତା ନାହିଁ.

ପ୍ରଶ୍ନ. ୧୫. ଯଦି ମୁଁ ଚେନ୍ନାଇରେ ରହୁଛି କିନ୍ତୁ ମୋର ଠିକଣା ପ୍ରମାଣ ପତ୍ର ରେ ନୂଆ ଦିଲ୍ଲୀ ଅଛି ତେବେ ମୁଁ ଖାତା ଖୋଲି ପାରିବି କି ?

ଉତ୍ତର.ହଁ, ଆପଣଙ୍କର ସରକାରୀ ବୈଧ ଦସ୍ତାବିଜ ରେ ଠିକଣା ନୂଆ ଦିଲ୍ଲୀ ଥାଇ ଏବଂ ଆପଣଙ୍କ ପାଖରେ ଚେନ୍ନାଇର କୌଣସି ଠିକଣା ଦଲିଲ ନ ଥିଲେ ମଧ୍ୟ ଆପଣ ଚେନ୍ନାଇରେ ଖାତା ଖୋଲି ପାରିବେ। ଏହି ପରିପ୍ରେକ୍ଷୀରେ ସମ୍ପର୍କ ସ୍ଥାପନ ପାଇଁ ଆପଣଙ୍କୁ ଆପଣଙ୍କର ନୂଆ ଦିଲ୍ଲୀର ଠିକଣା ସମ୍ବନ୍ଧୀୟ ଦଲିଲ ସହିତ ଚେନ୍ନାଇ ଠିକଣାର ଘୋଷଣା ପତ୍ର ଜମା କରିବାକୁ ହେବ।

ପ୍ରଶ୍ନ. ୧୬. ମୁଁ ମୋର ସକ୍ରିୟ ଥିବା ବ୍ୟାଙ୍କ ଖାତା ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରି ପାରିବି କି ? ସେଥିପାଇଁ ମୋତେ ପୁଣି ଥରେ ସମ୍ପୂର୍ଣ୍ଣ କେୱାଇସି ପ୍ରକ୍ରିୟା ମଧ୍ୟ ଦେଇ ଯିବାକୁ ହେବ କି ?

ଉତ୍ତର.ଗୋଟିଏ ବ୍ୟାଙ୍କର ଏକ ଶାଖାରୁ ଅନ୍ୟ ଏକ ଶାଖାକୁ ଖାତା ସ୍ଥାନାନ୍ତରିତ କରିବା ସମ୍ଭବ। ଏଥିପାଇଁ ପୁଣି କେୱାଇସି ପ୍ରକ୍ରିୟାର ଆବଶ୍ୟକତା ନାହିଁ। ଯଦି ଆପଣଙ୍କର ଠିକଣାରେ କୌଣସି ପରିବର୍ତ୍ତନ ହୋଇଥାଏ ତେବେ ଆପଣଙ୍କୁ ନିଜର ବର୍ତ୍ତମାନ ଠିକଣାର ଘୋଷଣା ପତ୍ର ଜମା କରିବାକୁ ହେବ। ଯଦି ସରକାରୀ ବୈଧ ଦସ୍ତାବିଜରେ ଦିଆଯାଇଥିବା ଠିକଣା ଦଲିଲଟି ଆପଣଙ୍କର ପ୍ରାମାଣିକ ଠିକଣା (ଯଥା ଆପଣଙ୍କର ବର୍ତ୍ତମାନର ଠିକଣା ବା ସ୍ଥାୟୀ ଠିକଣା ନୁହେଁ) ହୋଇ ନ ଥାଏ ତେବେ ଛଅ ମାସ ମଧ୍ୟରେ ଆପଣଙ୍କୁ ଆପଣଙ୍କର ବର୍ତ୍ତମାନ ଠିକଣାର ଦଲିଲ ବା ସ୍ଥାୟୀ ଠିକଣାର ଦଲିଲ ସରକାରୀ ବୈଧ ଦସ୍ତାବିଜ ଭାବରେ ଜମା କରିବାକୁ ହେବ। ଅନ୍ୟ ଏକ ବ୍ୟାଙ୍କରେ ନୁଆ ଖାତା ଖୋଲିବା ପାଇଁ ଆପଣଙ୍କୁ ସମ୍ପୂର୍ଣ୍ଣ କେୱାଇସି ପ୍ରକ୍ରିୟାକୁ ଅନୁସରଣ କରିବାକୁ ହେବ।

ପ୍ରଶ୍ନ.୧୭.ମୁଁ ମୋର ପରିଚୟ ପତ୍ର ଓ ଠିକଣାର ପ୍ରମାଣ ପତ୍ର ଦେବା ପରେ ମଧ୍ୟ ମୋତେ ଗୋଟିଏ ବ୍ୟାଙ୍କରେ ପ୍ରତ୍ୟେକଟି ଖାତା ଖୋଲିବ ପାଇଁ କେୱାଇସି ଜମା କରିବାକୁ ହେବ କି ?

ଉତ୍ତର.ଯଦି ବ୍ୟାଙ୍କରେ ଆପଣଙ୍କର “କ୍ଷୁଦ୍ର ଖାତା” ବ୍ୟତିତ, ଗୋଟିଏ କେୱାଇସି ସ୍ୱୀକୃତ ଖାତା ଅଛି ତେବେ କେୱାଇସି ଡକ୍ୟୁମେଣ୍ଟ ଜମା ନ କରି ମଧ୍ୟ ଆପଣ ଅନ୍ୟ ଏକ ଖାତା ଖୋଲି ପାରିବେ।

ପ୍ରଶ୍ନ. ୧୮.କେଉଁ ଧରଣର ବ୍ୟାଙ୍କିଙ୍ଗ ନେଣଦେଣ ପାଇଁ ମୁଁ ମୋର ପ୍ୟାନ (PAN) ନମ୍ବର ଦେବାକୁ ବାଧ୍ୟ ?

ଉତ୍ତର. ଖାତା ଖୋଲିବା ସମୟରେ, ୫୦,୦୦୦ ଟଙ୍କାରୁ (ନଗଦ ବା ବିନା ନଗଦ ରାଶି ) ଉର୍ଦ୍ଧ ନେଣଦେଣ ପାଇଁ କେବଳ ପ୍ୟାନ (PAN) ନମ୍ବର ଦେବା ଜରୁରୀ ଅଟେ। କେଉଁ-କେଉଁ ନେଣଦେଣ ପାଇଁ ପ୍ୟାନ (PAN) ନମ୍ବର ଦେବା ଜରୁରୀ ତାହାର ଏକ ସମ୍ପୁର୍ଣ୍ଣ ତାଲିକା ଆକ କର ବିଭାଗର ୱେବସାଇଟରେ ନିମ୍ନ URL ରେ ଦିଆଯାଇଛି :
http://www.incometaxindia.gov.in/layouts/15/dit/pages/viewer.aspx?grp=rule&cname=CMSID&cval=103120000000007541&searchFilter=&k=114b&IsDIg=0

ପ୍ରଶ୍ନ. ୧୯. କ୍ରେଡିଟ /ଡେବିଟ କାର୍ଡ ପାଇଁ କେୱାଇସି ଆବଶ୍ୟକ କି ?

ଉତ୍ତର. ହଁ, କ୍ରେଡିଟ /ସ୍ମାର୍ଟ କାର୍ଡ ଏବଂ ଅନ୍ୟ ଆର୍ଡ ଅନ୍ /ସପ୍ଲିମେଣ୍ଟାରୀ କାର୍ଡ ଗୁଡିକ ପାଇଁ କେୱାଇସି ଆବଶ୍ୟକ ଅଟେ। ଯେହେତୁ ଡେବିଟ କାର୍ଡ ଗୁଡିକ କେବଳ ଖାତା ଧାରଙ୍କୁ ଦିଆଯାଇଥାଏ ଏବଂ କେୱାଇସି ପ୍ରକ୍ରିୟା ସରିବା ପରେ ଖାତା ଖୋଲା ଯାଇଥାଏ, ଡେବିଟ୍ କାର୍ଡ ପାଇଁ ଅଲଗା କେୱାଇସି ଦାଖଲ କରିବାର ଆବଶ୍ୟକତା ନ ଥାଏ ।

ପ୍ରଶ୍ନ. ୨୦.ମୋର ଜମା ଖାତା ନାହିଁ । ମୋତେ ପଇସା ପଠାଇବାର ଅଛି । କେୱାଇସି ମୋ ଉପରେ ଲାଗୁ ହେବ କି ?

ଉତ୍ତର.ହଁ, ସମସ୍ତ ପ୍ରକାରର ଘରୋଇ ଅର୍ଥ ପ୍ରେରଣ ଯାହା ୫୦୦୦୦/- ଟଙ୍କା ବା ତା’ ଠାରୁ ଉର୍ଦ୍ଧ୍ୱ ଏବଂ ବିଦେଶକୁ ଅର୍ଥ ପ୍ରେରଣ ପାଇଁ କେୱାଇସି କରିବା ଏକାନ୍ତ ଆବଶ୍ୟକ।

ପ୍ରଶ୍ନ.୨୧. ମୁଁ ନଗଦ ଟଙ୍କା ଦେଇ ଡିମାଣ୍ଡ ଡ୍ରାଫ୍ଟ ପେମେଣ୍ଟ ଅର୍ଡର ଟ୍ରାଭେଲର୍ସ ଚେକ୍ କିଣି ପାରିବି କି ?

ଉତ୍ତର. ହଁ, ଡିମାଣ୍ଡ ଡ୍ରାଫ୍ଟ ପେମେଣ୍ଟ ଅର୍ଡର ଟ୍ରାଭେଲର୍ସ ଚେକ୍ ୫୦୦୦୦/- ଟଙ୍କାରୁ କମ୍ ହୋଇଥିଲେ ନଗଦ ଟଙ୍କା ଦେଇ କିଣିପାରିବେ ଏବଂ ଏହିପରି ଆର୍ଥିକ ସାଧନ ଗୁଡିକ ୫୦୦୦୦/- ଟଙ୍କାରୁ ଅଧିକ ହୋଇଥିଲେ କେବଳ ଗ୍ରାହକର ଖାତାକୁ ଡେବିଟ କରି ବା ଚେକ୍ ଜାରି କରି କରାଯାଇପାରିବ।

ପ୍ରଶ୍ନ ୨୨. ମୁଁ ଥାର୍ଡ ପାର୍ଟୀ ପ୍ରଡକ୍ଟସ (ଯେପରିକି ଇନସୁରାନ୍ସ ବା ମ୍ୟୁଚୁଆଲ ଫଣ୍ଡ ) କିଣିବା ସମୟରେ ବ୍ୟାଙ୍କରେ କେୱାଇସି ଜମା କରିବା ଜରୁରୀ କି ?

ଉତ୍ତର. ହଁ, ସମସ୍ତ ଗ୍ରାହକ ଯେଉଁ ମାନଙ୍କର ବ୍ୟାଙ୍କରେ ଜମା ଖାତା ନାହିଁ (ୱାକ-ଇନ୍ ଗ୍ରାହକ ଭାବେ ଜଣାଶୁଣା) ସେମାନେ ବ୍ୟାଙ୍କରୁ ୫୦୦୦୦/- ଟଙ୍କା ବା ତଦୁର୍ଦ୍ଧ୍ୱ ରାଶିର ଥାର୍ଡ ପାର୍ଟୀ ପ୍ରଡକ୍ଟସ କିଣିବା ସମୟରେ ନିଜର ପରିଚୟ ପତ୍ର ଏବଂ ଠିକଣା ପ୍ରମାଣପତ୍ର ଦେବା ପାଇଁ ବାଧ୍ୟ । ବ୍ୟାଙ୍କର ନିଜ ଗ୍ରାହକମାନଙ୍କ ପାଇଁ ଥାର୍ଡ ପାର୍ଟୀ ପ୍ରଡକ୍ଟସ କିଣିବା ସମୟରେ କେୱାଇସି ପ୍ରକ୍ରିୟାର ଅବଶ୍ୟକତା ନାହିଁ । କିନ୍ତୁ ଗ୍ରାହକ ଏବଂ ୱାକ-ଇନ ଗ୍ରାହକମାନଙ୍କୁ ଗ୍ରାହକଙ୍କ ଜମା ଖାତା ଡେବିଟ୍ କରି ବା ଚେକ ବିନିମୟରେ ଅର୍ଥ ପ୍ରେରଣ /ଟ୍ରାଭେଲସ୍ ଚେକର ଜାରି / ସୁନା, ରୂପା ଏବଂ ପ୍ଲାଟିନମ ବକ୍ରୟ ଆଦି କରାଯିବ ତଥା ୫୦୦୦୦/- ଟଙ୍କା ବା ଉର୍ଦ୍ଧ ରାଶିର ଥାର୍ଡ ପାର୍ଟୀ ବ୍ୟାଙ୍କ ପ୍ରଡକ୍ଟସ ର କ୍ରୟ ପାଇଁ ଉଭୟ ବ୍ୟାଙ୍କ ଗ୍ରାହକ ଓ ୱାକ-ଇନ ଗ୍ରାହକମାନଙ୍କୁ ପ୍ୟାନ ନମ୍ବର ଦାଖଲ କରିବା ଜରୁରୀ ଅଟେ ।

ପ୍ର. ୨୩ – ବ୍ୟାଙ୍କ ଖାତା ଖୋଲିବା ସମୟରେ ମୁଁ ନିଜର “କେୱାଇସି” ପୂର୍ଣ୍ଣ ରୁପେ ଦାଖଲ କରିଥିଲି। ତେବେ ଆଉଥରେ କାହିଁକି ବ୍ୟାଙ୍କ କେୱାଇସି ପାଇଁ ବାଧ୍ୟ କରୁଛି ?

ଉତ୍ତର : ବ୍ୟାଙ୍କରେ ଦରକାରୀ ଅନୁଯାୟୀ ସମୟ ସମୟ ରେ କେୱାଇସି ଅଦ୍ୟତନ କରିବା ଆବଶ୍ୟକ। ଏହା ବ୍ୟାଙ୍କରେ ଖାତା ଖୋଲିବା ନିମନ୍ତେ ବ୍ୟାଙ୍କ ତରଫରୁ ନିଆଯାଉଥିବା ଉପଯୁକ୍ତ ପଦକ୍ଷେପର ଅଂଶ ବିଶେଷ। କେୱାଇସି ଅଦ୍ୟତନ କରିବା ପ୍ରକ୍ରିୟା ସମୟାବଧି ଖାତା ବିଶେଷରେ ଭିନ୍ନ- ଭିନ୍ନ ହୋଇଥାଏ, ଯେଉଁ ଖାତା ଗୁଡିକର ବର୍ଗୀକରଣ ବ୍ୟାଙ୍କ ପ୍ରତି ଆପଦ ଆଶଙ୍କା ଦୃଷ୍ଟିରୁ କରାଯାଇଥାଏ। ଏହାର ରେକର୍ଡ ଗ୍ରାହକ ଖାତାରେ ସମ୍ବାବ୍ୟ ଜାଲିଆତି କାରବାରର ନିବାରଣ ମଧ୍ୟ କରିଥାଏ।

ପ୍ର. ୨୪ – କେୱାଇସି ର ଆବଧିକ ଅଦ୍ୟତନ ପ୍ରକ୍ରିୟାର ନିୟମ ଗୁଡିକ କ’ଣ ?

ଉତ୍ତର : ନିର୍ଦ୍ଧିଷ୍ଟ ସମୟର ଅନ୍ତରାଳରେ କେୱାଇସି ଅଦ୍ୟତନ କରିବା ପ୍ରକ୍ରିୟା ଖାତାବିଶେଷରେ ବ୍ୟାଙ୍କର ଆପଦ ଆଶଙ୍କାର ଅନୁଭୁତି ଉପରେ ନିର୍ଭର କରେ। ଅଧିକ ଆପଦ ଆଶଙ୍କା ଥିବା ଗ୍ରାହକ ମାନଙ୍କ ପାଇଁ ପ୍ରତି ଦୁଇ ବର୍ଷରେ ଥରେ, ମଧ୍ୟମ ଧରଣର ବିପଦ ଆଶଙ୍କା ଥିବା ଗ୍ରାହକ ମାନଙ୍କ ପାଇଁ ପ୍ରତି ଆଠ ବର୍ଷରେ ଥରେ ଏବଂ କମ ଆଶଙ୍କା ଥିବା ଗ୍ରାହକ ମାନଙ୍କ ପାଇଁ ପ୍ରତି ଦଶ ବର୍ଷରେ ଥରେ କେୱାଇସି ଅଦ୍ୟତନ ହେବା ଆବଶ୍ୟକ।ଏହି ପ୍ରକ୍ରିୟା ସାଧାରଣ ଭାବରେ ଖାତା ଖୋଲିବା ସମୟରେ କରାଯାଉଥିବା କେୱାଇସି ସମ୍ବନ୍ଧୀୟ ସମସ୍ତ ଔପଚାରିକତା ଭଳି ହେବା ଆବଶ୍ୟକ।

କେୱାଇସି ର ସମୟାନୁକ୍ରମିକ ଅଦ୍ୟତନ ପ୍ରକ୍ରିୟା ସମୟରେ କମ ଆପଦ ଆଶଙ୍କା ଥିବା ଗ୍ରାହକ ନିମନ୍ତେ, ଯଦି ତାଙ୍କର ପରିଚୟ ପତ୍ର (ନାମ ପରିବର୍ତ୍ତନ ଇତ୍ୟାଦି ) ଏବଂ/ ଅଥବା ଠିକଣାରେ କିଛି ପରିବର୍ତ୍ତନ ନ ଥାଏ ତେବେ ବ୍ୟାଙ୍କ ସେହି ଗ୍ରାହଙ୍କୁ କେବଳ “ ସ୍ଥିତିରେ କିଛି ପରିବର୍ତ୍ତନ ନାହିଁ “ ବୋଲି ସ୍ୱ-ପ୍ରମାଣନ ପତ୍ର ଜମା କରିବାକୁ ଆଦେଶ ଦେଇପାରେ। ଆବଧିକ ଅଦ୍ୟତନ ନିମନ୍ତେ ଏହି ଗ୍ରାହକ ମାନଙ୍କୁ ବ୍ୟାଙ୍କ “ସରକାରୀ ବୈଧ ଦସ୍ତାବିଜ” ମାଗି ନ ପାରେ।

ଯଦି ଏହି କମ ଆପଦ ଆଶଙ୍କା ଶ୍ରେଣୀ ଭୁକ୍ତ ଗ୍ରାହକ ମାନଙ୍କର ଠିକଣାରେ କିଛି ପରିବର୍ତ୍ତନ ଥାଏ, ସେମାନେ କେବଳ ଏହି ଦସ୍ତାବିଜ (ଠିକଣା ପ୍ରମାଣ) ର ପ୍ରମାଣିତ ପ୍ରତିଲିପି ଇ-ମେଲ/ ଡାକ ଇତ୍ୟାଦି ଦ୍ୱାରା ପଠାଇପାରିବେ। ଆବଧିକ ଅଦ୍ୟତନ ସମୟରେ କମ ଆପଦ ଆଶଙ୍କା ଶ୍ରେଣୀ ଭୁକ୍ତ ଗ୍ରାହକ ମାନଙ୍କର ବ୍ୟକ୍ତିଗତ ଉପସ୍ଥିତିର ଆବଶ୍ୟକତା ନାହିଁ।

ଅପ୍ରାପ୍ତ ବୟସ୍କ ଗ୍ରାହକ ମାନଙ୍କୁ ପ୍ରାପ୍ତ ବୟସ୍କ ହେବା ପରେ ନିଜର ସଦ୍ୟତମ ଫଟୋ ଜମା କରିବାକୁ ହେବ।

ପ୍ର. ୨୫ – କେୱାଇସି ର ଆବଧିକ ଅଦ୍ୟତନ ପ୍ରକ୍ରିୟା ସମୟରେ ମୁଁ ଯଦି କେୱାଇସି ଦସ୍ତାବିଜ ଜମା ନ କରେ ତାହାହେଲେ କ’ଣ ହେବ ?

ଉତ୍ତର : ଯଦି ଆପଣ ଆବଧିକ ଅଦ୍ୟତନ ସମୟରେ କେୱାଇସି ଦସ୍ତାବିଜ ଜମା ନ କରନ୍ତି ତାହାହେଲେ ବ୍ୟାଙ୍କ ଆପଣଙ୍କ ଖାତାକୁ ବନ୍ଦ କରିଦେଇପାରେ। ଅବଶ୍ୟ ଖାତା ବନ୍ଦ କରିବା ପୂର୍ବରୁ ବ୍ୟାଙ୍କ ଖାତାଟିକୁ “ଆଂଶିକ ନିଷ୍କ୍ରିୟ” (ଅର୍ଥାତ ପ୍ରାରମ୍ଭରେ କେବଳ ଜମା ଗୁଡିକୁ ଅନୁମତି ଦେବା ଏବଂ ଉଠାଣକୁ ଅନୁମତି ନ ଦେବା ସହ ଆପଣଙ୍କୁ ଖାତା ବନ୍ଦ କରି ସବୁ ପଇସା ଉଠାଇ ନେବାକୁ ବିକଳ୍ପ ପନ୍ଥା ଦେବା) ଘୋଷଣା କରିପାରେ। ପରେ-ପରେ ଖାତାରେ ପଇସା ଜମା କରିବା ପାଇଁ ମଧ୍ୟ ଅନୁମତି ନ ମିଳିପାରେ। ଅବଶ୍ୟ ଆପଣଙ୍କୁ ଯଥୋଚିତ ସୂଚନା ଦେବାପରେ ଯାଇ ବ୍ୟାଙ୍କ ଖାତାଟିକୁ “ଆଂଶିକ ନିଷ୍କ୍ରିୟ” ଘୋଷଣା କରିବ।

ପ୍ର. ୨୬ - ଆଂଶିକ ନିଷ୍କ୍ରିୟତା କି ଭଳି ଭାବରେ ଲଗାଯାଏ ?

ଉତ୍ତର : ଆଂଶିକ ନିଷ୍କ୍ରିୟତା ନିମ୍ନ ଲିଖିତ ଭାବରେ ଲଗାଯାଏ :

  • ଆଂଶିକ ନିଷ୍କ୍ରିୟତା ଲଗାଇବା ପୂର୍ବରୁ ବ୍ୟାଙ୍କକୁ ପ୍ରଥମେ ତିନି ମାସ ପାଇଁ ନୋଟିସ ଦେବାକୁ ହୁଏ

  • ଏହାପରେ ପୁଣି ତିନିମାସ ପାଇଁ ଅନୁସ୍ମାରକ ପଠାଯାଏ।

  • ଏହାପରେ ବ୍ୟାଙ୍କ ଆଂଶିକ ନିଷ୍କ୍ରିୟତା ଲାଗୁ କରେ ଯେଉଁଥିରେ ଗ୍ରାହକର ଖାତାରେ କେବଳ ଜମା କରିବାକୁ ଅନୁମତି ଥାଏ କିନ୍ତୁ ଉଠାଣ ପାଇଁ ଅନୁମତି ଦିଆଯାଏ ନାହିଁ, ତା ସହିତ ଖାତା ବନ୍ଦ କରିବା ପାଇଁ ଗ୍ରାହକର ସ୍ୱାଧିନତା ଥାଏ।

  • ପ୍ରାରମ୍ଭିକ ରୁପେ ଖାତା ଉପରେ “ଆଂଶିକ ନିଷ୍କ୍ରିୟତା” ଲାଗୁ ହେବାର ଛଅ ମାସ ପରେ ମଧ୍ୟ ଖାତାଟି ଯଦି କେୱାଇସି ଅନୁପାଳନ ନ କରେ ତାହାହେଲେ ଗ୍ରାହକକୁ ବ୍ୟାଙ୍କ ସେହି ଖାତାରେ ସମ୍ପୂର୍ଣ୍ଣ ରୁପେ ଉଭୟ ଜମା ଓ ଉଠାଣ ପାଇଁ ଅନୁମତି ଦେବ ନାହିଁ ତଥା ସେହି ଖାତାକୁ ଅଚଳ ବୋଲି ଘୋଷଣା କରିବ।

ଇତିମଧ୍ୟରେ ଖାତା ଧାରକ କେୱାଇସି ଦସ୍ତାବିଜ ଜମା କରି ନିଜ ଖାତାକୁ ପୁଣି ଥରେ ସକ୍ରିୟ କରି ପାରିବେ।

 
  © bþÐeþ[Ñ¯Æ eÞþSbàþ aÔÐ*¼ - jcªÆ @^ÞLÐeþ jÕeþlÞ[

1024 x 768 eÞþÒSÐm‡þÔj_ç J BäeþÒ_Vç HµÆÒ`íÐeþeçþ-5 HaÕ []Ëwà Òeþ jÒaàÐrþc Ò]MÐdÐH